ଦୁଇ ଦିନିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ବି.କେ ଶର୍ମା
କୋରାପୁଟ: ଆଜି ପୂର୍ବାହ୍ନ ସମୟରେ କୋରାପୁଟ ଗସ୍ତ କରିଛନ୍ତି ଡିଜିପି ବି.କେ.ଶର୍ମା । କୋରାପୁଟର ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ମାଲକାନଗିରି ଯାଇଥିଲେ । ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି ପୋଲିସ ଡିଜି ବି.କେ ଶର୍ମା । ଅପରାଧ ତଥା ମାଓ ପ୍ରଭାବିତ ଅଂଚଳ କୋରାପୁଟ ଓ ମାଲକାନଗିରିରେ ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସ୍ଥିତି ସମୀକ୍ଷା କରିଛନ୍ତି। କୋରାପୁଟ ଓ ମାଲକାନଗିରିରେ ଜିଲ୍ଲା ଏବଂ ତାର ଆଖ ପାଖ ଅଂଚଳରେ ଲାଲବାହିନୀ ନିଜ ଉପସ୍ଥିତି ଜଣାଇ ଅନେକ ସମୟରେ ବର୍ବର କାଣ୍ଡ ଘଟାଉଛନ୍ତି । ଏହି ଅଂଚଳରୁ ଅନେକ ସମୟରେ ବିଭିନ୍ନ ଅପରାଧର ମଧ୍ୟ ସୁରାକ ମିଳୁଛି । ତେଣୁ ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ ନେଇ ଆଇନ ଶୃଙ୍ଖଳା ସୁଦୃଢ କରିବାକୁ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି ପୋଲିସ ଡିଜି ବି.କେ ଶର୍ମା । ସେ ମାଲକାନଗିରିରୁ ଫେରିବା ପରେ କୋରାପୁଟ ଜିଲ୍ଲା ଦକ୍ଷିଣ -ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ୪ଘଟିକା ସମୟରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ । କୋରାପୁଟରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଆଇନ ଶୃଙ୍ଖଳା, ଅପରାଧ, ମାଓ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରାଯାଇଥିଲା। ଦକ୍ଷିଣ ପଞ୍ଚିମାଞ୍ଚଳ ରେଞ୍ଜର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ହୋଇଛି । ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ କୋବ୍ରା, ବିଏସଏଫ, ସିଆରପିଏଫ ଓ ଓଡ଼ିଶା ପୋଲିସର ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ଡିଜି ବି,କେ ଶର୍ମା ଜୟପୁରସ୍ଥିତ ସଂଧ୍ୟା ଫଙ୍କସନ୍ ହଲରେ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ।