01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୀବନ ପ୍ରତି ବିପଦ ରହିଛି, ଓଡିଶା ଛାଡି ପଳାଇବୁ: ସ୍ମିତାରାଣୀଙ୍କ ବାପା

ଧର୍ମଶାଳା, ୧/୧୧(ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏହାର ସିବିଆଇ ତଦନ୍ତ ପାଇଁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଉଛି। ଏଭଳି ପରିସ୍ଥିତିରେ ସ୍ମିତାରାଣୀଙ୍କ ବାପା ଓ ମା’ ନିଜକୁ ଅସୁରିକ୍ଷିତ ମନେ କରି ଓଡିଶା ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋ ଝିଅକୁ ହତ୍ୟା କରାଯାଇଛି। ଆମ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ତେଣୁ ମୁଁ ଓ ମୋ ସ୍ତ୍ରୀ ଓଡିଶା ଛାଡି ପଳାଇବୁ। ପୁଅମାନେ ବାହାରେ ରହୁଛନ୍ତି। ଜଣେ ଦିଲ୍ଲୀରେ ରହୁଛି ଓ ଅନ୍ୟ ଜଣେ ମୁମ୍ବାଇରେ ରହୁଛି। ଆମେ ଦୁଇ ଜଣ ସେମାନଙ୍କ ପାଖକୁ ଚାଲିଯିବୁ। ଏହା ସହ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ଗତ ଗୁରୁବାର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିପରି ଗତ କିଛି ଦିନ ତଳେ ବିଜେପି ମଧ୍ୟ ଯାଜପୁର ଜିଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *