02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଣି ଖାଦାନ ଲିଜ୍ ଦେବାକୁ ନେଇ ଧର୍ମଶାଳା ତହସିଲ ଘେରାଉ

ଯାଜପୁର/ଧର୍ମଶାଳା 1/11(ପ୍ରତିନିଧି ନାରାୟଣ ରଥ) ଜିଲ୍ଲାର ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଅପରପଟରେ ଖଣିଜ ଚୋରା ଚାଲାଣ ମାଫିଆ ମାନେ ସକି୍ରୟ ହେବାରୁ ପ୍ରଶାସନ ଏବଂ ମାଫିଆମାନଙ୍କ ମଧ୍ୟରେ ଏକପ୍ରକାର ମହାମୁହିଁ ପରିସ୍ଥିତ ଆସିଥିଲା । ତଥାପି ଧର୍ମଶାଳା ତହସିଲ ପ୍ରଶାସନ କଢ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ୧୩ଟି ଖାଦାନରେ ୧୪୪ଧରା ଜାରି କରିବା ସହିତ ଅନେକ ଖଣିଖାଦାନକୁ ଲିଜ୍ ଦେବା ବନ୍ଦ ରଖିଥିଲା ଏହାକୁ ନେଇ ଏବେ ତିନିଗୋଟି ପଂଚାୟତର ଲୋକମାନେ ଏବଂ ଲିଜ୍ଧାରୀ ମାନେ ଆଜି ପୁଣି ଖଣିଖାଦାନା ଚାଲିବା ନେଇ ଧର୍ମଶାଳା ତହସିଲ ଘେରାଉ କରିବା ସହିତ ଏକ ତିନିଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଅଂଚଳର ବହୁ ଶ୍ରମିକ ଏହି ଖଣିଖାଦାନରେ ନୟୋଜିତ ହୋଇ ନିଜର ଗୁଜୁରାଣ ମେଂଟାଉଥିବା ବେଳେ ସମୟ ସମୟରେ ଖଣିଖାଦାନ ଧସି ଶ୍ରମିକ ମାନେ ମୃତୁ୍ୟ ମୁଖରେ ପଡୁଛନ୍ତି । ତଥାପି ଅନେକ ପରିବାର ଏହି ଖଣିଖାଦାରେ ଉପରେ ନିଜର ପରିବାର ପ୍ରତିପୋଷଣ ପାଇଁ ନିର୍ଭଳଶୀଳ । ତେଣୁ ଗରିବ ଶ୍ରମିକମାନଙ୍କ ପାଇଁ ଏହାକୁ ଲିଜ ଦେବାକୁ ଦାବି କରିବା ସହିତ ପ୍ରଶାସନ ସହିତ ସମସ୍ତ ରାୟାଲିଟ ଏବଂ ଦେବା ପାଇଁ ରାଜି ଥିବା କଥା ଲିଜଧାରୀ ମାନେ କହିଛନ୍ତି । ଏପରକି ପାହାଡର ସବୁପାର୍ଶ୍ୟରେ ଗେଟ୍ ବସାଇ ରୟାଲିଟ୍ ଆଦାୟ କରିବାକୁ ସହିତ ଏହାର ନିର୍ଦ୍ଧାରିତ ମୂଲ୍ୟ ଦେବକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *