ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଅସ୍ତ୍ରୋପଚାର ସଫଳ…

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଥର ପାଇଁ ଏକ ଅସ୍ତ୍ରୋପଚାର କରଯାଇଛି । ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର କରାଯାଇ ପ୍ରସୂତୀ ମହିଳା ଓ ନବଜାତ ଶିଶୁ ପୁତ୍ରକୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି ଡାକ୍ତର । ଯାହାକି ସ୍ୱାଭିମାନ ଅଂଚଳ ପାଇଁ ଏକ ଖୁସି ଖବର । ପୂର୍ବରୁ ଏହି ଅଂଚଳରେ ବିପଦରେ ଥିବା ପ୍ରସୂତୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଥିଲା , ଯାହାକି ସୁରକ୍ଷିତ ମନେ କରାଯାଉନଥିଲା । କିନ୍ତୁ ଆଜି ତାହାର ଅନ୍ତ ଘଟିଛି ଏବଂ ସ୍ଥାନୀୟ ମେଡିକାଲରେ ପ୍ରଥମ ଥରେ ଅସ୍ତ୍ରୋପଚାର କରି ପ୍ରସୂତୀ ମା ଓ ଶିଶୁଟିକୁ ମରଣ ମୁହଁରୁ ରକ୍ଷା କରାଯାଇଛି । ଡାକ୍ତର କହିଛନ୍ତି ମାଆ ଦେହ ଅତ୍ୟନ୍ତ ଖରାପ ଆଡକୁ ଗତି କରିବାରୁ ଅସ୍ତ୍ରୋପଚାର କରାଗଲା । ମା ସୁସ୍ଥ ଥିଲା ବେଳେ ଗର୍ଭ ଭିତରେ ଶିଶୁଟି ମଳ ଖାଇ ଦେଇ ଥିବା ଯୋଗୁଁ ଶିଶୁ ପୁତ୍ରଟି ମାଲକାନଗିରି ସ୍ଥାନାନ୍ତର କରାଗଲା |ଏଥି ପାଇଁ ଚିତ୍ରକୋଣ୍ଡାବାସୀ ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ