ଆଦିବାସୀ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ ପାଇଁ ସାଂସଦଙ୍କ ଚିଠି…

ମାଲକାନଗିରି :ଅଭିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ସରକାର ମାଲକାନଗିରି, ରାୟଗଡା ଓ ନବରଙ୍ଗପୁରରେ ବି ଏଡ଼ କଲେଜ ମାନେ ଖୋଲିବା ପାଇଁ କୋଠାମାନ ତିଆରି କଲେ କିନ୍ତୁ ସବୁ ଭୁତକୋଠି ପାଲଟିଲାଣି |କିନ୍ତୁ ସରକାରଏହି କଲେଜ ଆରମ୍ଭ କରିବା ପାଇଁ ତତ୍ପର ହେଉନାହାନ୍ତି |ଏହା ହେବା ଦ୍ୱାରା ଏହି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନେ ଟ୍ରେନିଂ ନେଇ ଉଚ୍ଚ ଶିକ୍ଷିତ ହୋଇ ପାରିବେ, ତେଣୁ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ନିଜେ ଚିଠି ଲେଖି ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ଜଣାଇଛନ୍ତି |ସାଂସଦଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି |ଦେଖିବାକୁ ବାକି ରହିଲା କେବେ ଏହି ବି ଏଡ଼ କଲେଜ ଖୋଲିବ | ମାଲକାନଗିରି ରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ