02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟ ବାହାରକୁ ଚାଲାଣ ବେଳେ ବସ୍‌ରୁ ୧୨ଯୁବତୀ ୫ନାବାଳିକା ଉଦ୍ଧାର, ଦଲାଲ ଅଟକ

ଜୟପୁର ୩୧।୧୦: ଆନ୍ତଃରାଜ୍ୟ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ଜୟପୁର ପୋଲିସ। ରାଜ୍ୟ ବାହାରକୁ ୧୭ଜଣ ଯୁବତୀ ଚାଲାଣ ହେଉଥିବାବେଳେ ସେମାନଙ୍କୁ ଉଦ୍ଧାର କରିଛି ଟାଉନ ପୋଲିସ। ଏହାସହ ସେମାନଙ୍କୁ ନେଇ ଯାଉଥିବା ଦଲାଲ ସୁବାଷ ଚନ୍ଦ୍ର ହରିଜନକୁ ଅଟକ ରଖି ପଚରା ଉଚୁରା କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଏହି ଯୁବତୀମାନଙ୍କୁ ନବରଙ୍ଗପୁର ଜିଲ୍ଲା ରାଇଘରରୁ ଏକ ସରକାରୀ ବସରେ ବିଶାଖାପାଟଣା, ଚେନ୍ନାଇ ଓ ଅନ୍ୟସ୍ଥାନକୁ ଚାଲାଣ କରାଯାଉଥିଲା । ସେମାନଙ୍କୁ ସେଠାରେ କାମ ଯୋଗାଇ ଦେବା କିମ୍ବା ଅନୈତିକ କାର୍ଯ୍ୟରେ ନିୟୋଜିତ କରିବାକୁ ନିଆଯାଉଥିବା ସୂଚନା ମିଳିଛି । ତେବେ ଖବର ପାଇ ବସକୁ ଅଟକାଇ ସେମାନଙ୍କୁ ଉଦ୍ଧାର କରିଛି ଜୟପୁର ପୋଲିସ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *