11/13/2025

Sabubarga Khabar

All category news

ଜୟପୁର କଂଗ୍ରେସ ଭବନରେ ଇନ୍ଦିରା ଗାନ୍ଧୀ ଶ୍ରାଦ୍ଧ ବାର୍ଷିକ ପାଳିତ

ଜୟପୁର: କଂଗ୍ରେସ ଭବନରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି।ନଗର ସଭାପତି ନରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି,ନାନାଜୀ ଆଚାରୀ,ପି,ଳମେଶ ପାତ୍ର,ହରିଶ ମୁଦୁଲି,ଦୁର୍ଗା ଶର୍ମା ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।ଏହି ଅବସରରେ ଦେଶପ୍ରତି ଇନ୍ଦିରା ଗାନ୍ଧିଜୀଙ୍କ ଅବଦାନକୁ ମନେ ପକାଇବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ବକ୍ତାମାନେ ଆହ୍ବାନ କରିଥିଲେ।ଇନ୍ଦିରା ଗାନ୍ଧି ଦେଶରେ ଏକ ନୂଆଧାରା ସୃଷ୍ଟିକରିବା ସହ ମହିଳାଙ୍କ ଇନ୍ନତି ପାଇଁ ଅନେକ ପଦକ୍ଷେପ ନେଇଥିଲେ। ତେଣୂ ତାଙ୍କୁ ଦେଶ ଭୂଲି ପାରିବ ନାହିଁ ବୋଲି କହିଥିଲେ। ସକାଳୁ ଦଳୀୟ କର୍ମକର୍ତ୍ତା ସ୍ଥାନୀୟ ଇନ୍ଦିରା ଛକରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *