01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ମାତୃ ସମ୍ମଳିନୀ ଓ ସମର୍ପଣ ଦିବସ ପାଳିତ

ବାଲେଶ୍ବର,୩୦/୧୦–ବାଲେଶ୍ବର ଜିଲ୍ଲା ଖଇରା କଲେଜ ନିକଟସ୍ଥ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରର ମାତୃ ସମ୍ମଳିନୀ ଓ ସମର୍ପଣ ଦିବସ ପାଳିତ ହୋଇଯାଇଛି । ଏହିଉପଲକ୍ଷେ ପରିଚାଳକ ଦିଲ୍ଲୀପ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ଯରେ ପ୍ରତିଦ୍ବନ୍ଦିତା ହେଲେ ଶିକ୍ଷାର ଉନ୍ନତି ଆସିବ ଏବଂ ମା’ ମାନେ ହିଁ ଶିକ୍ଷା ଓ ସମାଜରେ ପରିବର୍ତ୍ତନ କରିପାରିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ଖଇରା ଗୋଷ୍ଠୀ ଶିକ୍ଷାଅଧିକାରୀ ଧରଣୀଧର ପାତ୍ର ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ଖୁବ୍ ସୁନ୍ଦର ଉପାଦେୟ ଓ ଶିକ୍ଷଣୀୟ କଥା କହିଥିଲେ । ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମା’ ର ପଣତକାନୀ ପିଲାମାନଙ୍କ ଶିକ୍ଷା ବୋଲି କହିଥିଲେ । ବିଦ୍ଯାମନ୍ଦିର ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ବିଶ୍ଵାଳ ମଞ୍ଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ଯାମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭରେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ଗୁରୁମା କ୍ରୀଷ୍ଣା ମୟୁରୀ ଲେଙ୍କା, ରାଜଲକ୍ଷ୍ମୀ ସାହୁ,ସାବିତ୍ରୀ ପଣ୍ଡାଙ୍କ ସମେତ ଗୁରୁଜୀ ଓ ଗୁରୁମା ଓ ସମ୍ପାଦିକା କଳ୍ପନା ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗୁରୁଜୀ ଶୁକଦେବ ପରିଡାଙ୍କ ଧନ୍ଯବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *