ଖଇରାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବାଲେଶ୍ବର,୩୧/୧୦–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ଗୃହ ମଧ୍ଯରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାମାଜିକ ସମୀକ୍ଷା ଦାୟିତ୍ୱ ଓ ସ୍ବଚ୍ଛତା ସମିତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ,ଓଡିଶା ତରଫରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଉପଲକ୍ଷେ ଏହି ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଅଧ୍ଯକ୍ଷତା କରିଥିଲେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଜନସାଧାରଣ ମାନଙ୍କର ବିଭିନ୍ନ ଅଭିଯୋଗକୁ ମଧ୍ଯ ଶ୍ରୀ ଜେନା ଶୁଣି ଥିଲେ । ଅଭିଯୋଗ ମଧ୍ୟରୁ ଅମରିଆଅଗ୍ନିପୁର ଯଶୋବନ୍ତ ଶିଅଳଙ୍କର ମୃତ୍ୟୁ ହୋଇଥିଲେ ମଧ୍ଯ ତାଙ୍କ ନାମରେ ଭତ୍ତା ଉଠୁଥିବା ନେଇ ଭିଏଲପି ଗୀତଞ୍ଜଳୀ ନାୟକ ଅଭିଯୋଗ କରିଥିଲେ । ସେହିପରି ଶ୍ଯାମସୁନ୍ଦରପୁର ପଞ୍ଚାୟତ ଝାଟିଆ ଗ୍ରାମର ଗୌରିମଣୀ ଲେଙ୍କା ପାଉଥିବା ଭତ୍ତାକୁ ୨୦୧୭ ମସିହାରୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଜିଲ୍ଲାପାଳ ଗୌରିମଣୀ ଜେନାଙ୍କୁ ଭତ୍ତା ଦେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ଯ ଆଜି ପର୍ଯ୍ୟନ୍ତ ଭତ୍ତା ପାଇନଥିବାର ଶିବିରରେ ଅଭିଯୋଗ କରିଥିଲେ । ଉତ୍ତରରେ ବିଭାଗୀୟ ଅଧିକାରୀ ଚନ୍ଦ୍ରକାନ୍ତ ଭଲ୍ଲୁକ ହିତାଧିକାରୀ ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଉନଥିବାର ପ୍ରକାଶ କରିଥିଲେ । ଏନ ଆର ଜି ଏସ୍ ମାଧ୍ଯମରେ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ଟାର୍ଗେଟ ଅନୁଯାୟୀ ଡାଲଙ୍ଗ-୨,ଗଗନଧୁଳି ଓ କଇଥଗଡିଆ ଶହେ ପ୍ରତିଶତ କାମ କରିଥିବା ବେଳେ ରଟିଣା ସର୍ବନିମ୍ନରେ ରହିଥିବାର ଶିବିରରେ ଘୋଷିତ ହୋଇଥିଲା । ଏହି ଶିବିରରେ ବିଡ଼ିଓ ମହେଶ ଚୌଧୁରୀ, ସହକାରୀ ଯନ୍ତ୍ରୀ ବିଜୟାଲକ୍ଷ୍ମୀ ଟୁଡୁ,ଜିପିଓ ମାୟାଧର ମଲ୍ଲିକ,ଏପିଓ ସ୍ବାଗତୀକା ଧଳ, ଖଇରା କଲେଜର ପ୍ରାକ୍ତନ ଅଧ୍ଯାପକ ତଥା ସମାଜସେବୀ ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଅନନ୍ତ କୁମାର କୁଅଁର, ପରମେଶ୍ବର ବାରିକ,ରତିକାନ୍ତ ସାହୁ,ପ୍ରଭାକର ଗିରି ଓ ଯମୁନା ଗିରି ପ୍ରମୁଖ ବ୍ଲକ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲା ବେଳେ ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ଯ/ସଭ୍ଯାମାନେ ଆସି ଏଥିରେ ଯୋଗ ଦେଇ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଉପଜିଲ୍ଲାପାଳ ଶ୍ରୀ ଜେନାଙ୍କ ଠାରୁ ବୁଝିପାରିଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ଟିଏନ ଏସ ନ୍ଯୁଜ୍ ।