ଆମ୍ବୁଲାନ୍ସ ସେବା ନାହିଁ, ଲୋକେ ହନ୍ତସନ୍ତ…
ମାଲକାନଗିରି :ମାଲକାନଗିରି ଜିଲ୍ଲା ର ପଡିଆ ବ୍ଲକ ଅନ୍ତର୍ଗତ ଧରମପାଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଠପ ହୋଇ ଯାଇଛି |ଖବର ନେବାରୁ ଜଣାପଡିଛି ଯେ ପ୍ରାୟ ୬ ମାସ ହେବ ଆମ୍ବୁଲାନ୍ସଟି ପଡ଼ିରହିଛି |କାହାର କାମରେ ଆସୁନାହିଁ |ପ୍ରସୂତି ବା ଜରୁରୀ ପରିସ୍ଥିତି ସମୟରେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି |
ଆଖପାଖ କିଛି ଗାଁକୁ ରାସ୍ତା ଠିକ ଭାବରେ ନ ଥିବାରୁ ଲୋକେ ପ୍ରସୂତିମାନଙ୍କୁ ବୋହିକି କିମ୍ବା ମୋଟରସାଇ କଲରେ ବୋହି ଆଣୁଛନ୍ତି |ଆମ୍ବୁଲାନ୍ସ ସେବାକୁ ଫୋନ କଲେ ମଧ୍ୟ ସେମାନେ ସେବା ପାଇପାରୁନାହାନ୍ତି |ସରକାର ମା ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ଏହି ଅଂଚଳର ଲୋକେ କିପରି ଠିକ ଭାବେ ହସ୍ପିଟାଲ ପହଁଚିବେ ତାହାର ବ୍ୟବସ୍ଥା କରୁନାହାନ୍ତି |ଯଥାଶୀଘ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ସାଧାରଣରେ ଦାବି ହେଉଛି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ [ସଖପ୍ର ]