ସିମେଣ୍ଟ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଚିତ୍ରକୋଣ୍ଡାରେ ଗଞ୍ଜେଇ ବୋଝେଇ ସିମେଣ୍ଟ ଟ୍ରକ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ଜବତ କରିଛି । ସମ୍ପୃକ୍ତ ଟ୍ରକଟି ୨୦ ଟନ ସିମେଣ୍ଟ ସହ ୧୫କୁଇଣ୍ଟାଲ ଗଞ୍ଜେଇ, ଜବତ କରିଛି ପୋଲିସ । ଏହି ରାକେଟରେ ୨ଜଣକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୫୦୦୦ ଟଙ୍କା ମଧ୍ୟ ଜବତ କରିବାରେ ସଫଳ ହୋଇଛି ଚିତ୍ରକୋଣ୍ଡା ପୋଲିସ । ସୂଚନାରୁ ପ୍ରକାଶ ଯେ, ଗଞ୍ଜେଇ ମାଫିଆ ମାନେ ଅନ୍ଦ୍ରପ୍ରଦେଶରୁ ସିମେଣ୍ଟ ବୋଝେଇ କରିବା ପରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦାରକୋଣ୍ଡାରୁ ଗଞ୍ଜେଇ ବୋଝେଇ କରି ଅନୁଗୁଳକୁ ଚାଲାଣ କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର ସହ ଏକ ପୋଲିସ ଟିମ ଟ୍ରକକୁ ଠାବ କରିଥିଲା । ଆଜି ଗିରଫ ୨ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି।
ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ