ବାଲିମେଳା ଜଳ ଭଣ୍ଡାର ଦୁଇଟି ଗେଟ ଖୋଲିଲା…
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳଭଣ୍ଡାର ଚିତ୍ରକୋଣ୍ଡାର ଜଳସ୍ତର ବିପଦ ସଂକେତକୁ ଛୁଇଁଲା । ଏହି ଜଳଭଣ୍ଡାର ଜଳ ରଖିବାର କ୍ଷମତା ସର୍ବନିମ୍ନ ଜଳସ୍ତର୧୫୧୪ ଫୁଟ ଥିବାବେଳେ ଏହାର ସର୍ବୋଚ୍ଚ ଜଳ କ୍ଷମତା ୧୫୧୬ଫୁଟ ଅଟେ । ବାଲିମେଳା ଜଳଭଣ୍ଡାର ଚିତ୍ରକୋଣ୍ଡାର କ୍ଷମତା ବର୍ତ୍ତମାନ ୧୫୧୫ଫୁଟ ହୋଇସାରିଛି । ଗତକାଲି ବାଲିମେଳା ଡ୍ୟାମ କର୍ତ୍ତୃପକ୍ଷଙ୍କ ଜଳ ନିଷ୍କାସନ ପାଇଁ ବୈଠକ ବସିଥିଲା । ଏହି ବୈଠକରେ ଆଜି ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି । ଡ୍ୟାମର ଦୁଇଟି ଗେଟରୁ ପ୍ରତି ସେକେଣ୍ଡରେ ୮୦୦୦ ହଜାର କୁଇଶେକ ଜଳ ଛଡାଯିବ । ପ୍ରତ୍ୟେକ ଗେଟରୁ ସେକେଣ୍ଡ ବାବଦରେ ୪୦୦୦ ହଜାର କୁଇଶେକ ଜଳ ଛାଡିବାର ନିଷ୍ପତ୍ତି ନିଆଯାଇଛି । ଆଜି ସକାଳୁ ଡ୍ୟାମର ତଳୁଆ ଅଂଚଳଗ୍ରାମବାସୀ ,ଧୀବର ନ ଯିବା ଓ ଗାଇ ବାଛୁରୀ, ଛେଳି ମେଣ୍ଡା ପ୍ରଭୁତି ନଦୀ ଅଂଚଳ ଛାଡିବାପାଇଁ ବାରଣ କରିଛନ୍ତି ଡ଼ାକବାଜି ଯନ୍ତ୍ର ଦ୍ଵାରା ବାଲିମେଳା ଜଳ ଭଣ୍ଡାର କର୍ତ୍ତୃପକ୍ଷ । ବାଲିମେଳା ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୦୦୦୦କୁଇଶେକ ଜଳ ପ୍ରବେଶ କରୁଥିବା ବେଳେ ୮୦୦୦ କୁଇଶେକ ଜଳ ନିଷ୍କାସନ କରାଯାଉଛି । ଜଳଭଣ୍ଡାର ଜଳସ୍ତର ୧୫୧୫ ଫୁଟ ହେଲେ ଗେଟ ବନ୍ଧ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ଦାଶ ।
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ