ସ୍ମିତାରାଣୀ ମୃତ୍ୟୁ ମାମଲା: ରାଜ୍ୟ ମହିଳା କମିଶନ କାର୍ଯ୍ୟାଳୟ ଘେରାଉ ସହିତ ମହିଳା କମିଶନଙ୍କ ଇସ୍ତପା ଦାବୀ କଲା ବିଜେପି

ଭୁବନେଶ୍ୱର, ୨୮/୧୦(ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ । ପୋଲିସ ପକ୍ଷରୁ ତଦନ୍ତ କରି ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ମଧ୍ୟ ବିବାଦ ଥମିବାରେ ନାଁ ଧରୁନି । ବିଜେପି ପକ୍ଷରୁ ଯାଜପୁର ବନ୍ଦ କରାଯାଇଥିବା ପୁଣି ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ନାମରେ ଏତଲା ଦିଆଯାଇଥିଲା । କାଲି ଏହାର କ୍ରାଇମବଂଚ ତଦନ୍ତ ପାଇଁ ମହିଳା କମିଶନ ସୁପାରିଶ କରିବା ପରେ ଆଜି ମହିଳା କମିଶନର ଦୋଷ ଦେଇ ମହିଳା କମିଶନଙ୍କ ଇସ୍ତପା ଦାବୀ କରିଛି । ବିଜେପି ପକ୍ଷରୁ କୁହାଯାଇଛି ଏଭଳି ଏକ ସାମ୍ବିଧାନିକ ପଦବୀରେ ରହିବାର ଅଧିକାର ନାହିଁ । ନିଜର ଅଧିକାର ମର୍ଯ୍ୟାଦା ଉଲଙ୍ଗନ କରିବା ସହିତ କିଛିବି ତଦନ୍ତ କରି ନଥିବା ବିଜେପି ଅଭିଯୋଗ କରି ରାଜରାସ୍ତାକୁ ଓଲ୍ଲାଇଛି । ଆଜି ବିଜେପି ଦଳ ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବା ସହିତ ତଦନ୍ତ ରିପୋର୍ଟ ସାର୍ବଜାନିନ କରିବା ପାଇଁ ଦାବି କରିଛି।