02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୀର୍ଘ ଶହେ ଅଣତିରିଶ ଦିନ ଅନଶନ ପରେ ହାରମାନିଲା ଏସାର କମ୍ପାନୀ

କେନ୍ଦୁଝର ଜିଲ୍ଲା : ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦୁବୁନା ଠାରେ ଥିବା ବୃହତ ଏସାର ଷ୍ଟିଲ କମ୍ପାନୀ ବିରୁଦ୍ଧରେ ଚାଲିଥିବା ଆମରଣ ଅନଶନ କାରିଙ୍କୁ ନ୍ୟାୟ ଦେଲା ଏସାର କମ୍ପାନୀ କତ୍ତୃପକ୍ଷ! ଗତ କାଲି ସନ୍ଧ୍ୟା ପାଞ୍ଚଟା ବେଳେ ଏସାର କମ୍ପାନୀ ର କର୍ତ୍ତୃପକ୍ଷ ଶ୍ରୀ ଯୁକ୍ତ ମିଥିଲେସ ଠାକୁର ଏବଂ ଜେ.କେ. ଶର୍ମା ଅନଶନ କାରୀଙ୍କ ପାଖକୁ ଆସି ସବୁ ସମସ୍ୟା ସମାଧାନ କରିବା ସହିତ ଅନଶନ କାରିଙ୍କୁ ନ୍ୟାୟ ଦେବା ର ଦୃଢ ପ୍ରତିଶୃତି ଦେବା ସହିତ ଅନଶନ କାରିଙ୍କୁ ଥଣ୍ଡା ପାନୀୟ ଜଳ ଏବଂ ଅମୂଲକୁଲ ସେବନ କରାଇ ଅନଶନ କାରିଙ୍କ ଅନଶନ କୁ ଭଙ୍ଗ କରିଥିବା ର ଦେଖିବାକୁ ମିଳିଛି ! ଦୀର୍ଘ ଶହେ ଅଣତିରିଶ ଦିନ ଦୁଃଖ କଷ୍ଟରେ ଛିଣ୍ଡା ପାଲ ତଥା ଖୋଲା ଆକାଶ ତଳେ ନିରିହ ଗ୍ରାମର ଆଦିବାସୀ ଏବଂ ହରିଜନ ନ୍ୟାୟ ଆଶାରେ ବସି ଅନଶନ ଜାରି ରଖିଥିଲେ ହଠାତ୍ ଏସାର କମ୍ପାନୀ ଆସି ସବୁ ସମସ୍ୟା ର ସମାଧାନ ପାଇଁ ଅଣ୍ଟା ଭିଡିଥିବା ର ଦେଖି ମୁହଁ ରେ ଟିକିଏ ଗ୍ରାମବାସୀଙ୍କ ଆଶ୍ବସ୍ତି ଦେଖିବାକୁ ମିଳିଛି ! ଅନଶନ କାରି କହିଛନ୍ତି ଦୀର୍ଘ ବର୍ଷ ର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଯଦି ଏସାର କମ୍ପାନୀ ର କର୍ତ୍ତୃପକ୍ଷ ଦେଇ ଥିବା ପ୍ରତିଶୃତି କୁ ଭଣ୍ଡୁର କରେ କଂପାନି ତେବେ ଆଗାମୀ ଦିନରେ ଏସାର କମ୍ପାନୀ ର ମୁଖ୍ୟ ଫାଟକ ସମ୍ମୁଖରେ ବାଧ୍ୟ ହୋଇ ଆମରଣ ଅନଶନ ପାଇଁ ଦୃଢ ପରିକର ବଧ ହେଇଛନ୍ତ ଗ୍ରାମବାସୀ ମାନେ।

କେନ୍ଦୁଝରରୁ- ମକୁନ୍ଦ ଚରଣ ନାୟକଙ୍କ ରିପୋର୍ଟ

ଏସାର କମ୍ପାନୀର କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ଆମରଣ ଅନଶନର ୧୨୯ଦିନ ପରେ ପ୍ରତିଶ୍ରୃତୀ ଦେବା ସମୟର ଦୃଶ୍ୟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *