03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗ୍ରାମତରଙ୍ଗ ପ୍ରଶିକ୍ଷଣ ଶିବିରରୁ ଚାକିରି ପାଇଁ ତିରୁପପୁର ଗଲେ ପ୍ରଶିକ୍ଷାର୍ଥୀ

ସବୁଜ ପତାକା ଦେଖାଇ ଶୁଭ ବିଦାୟ ଦେଲେ କେନ୍ଦ୍ର ଜିଲ୍ଳା ପ୍ରଭାରୀ ଓ ଜିଲ୍ଳାପାଳ
ରାୟଗଡଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ ଓରମାସ ଆନୁକୂଲ୍ୟରେ ରାୟଗଡ ଜିଲ୍ଳା ସଦର ବ୍ଳକର ପୀତାମହଲ ଠାରେ ଥିବା ଗ୍ରାମତରଙ୍ଗ ନିୟୋଜନ ପ୍ରଶିକ୍ଷଣ ସେବା କେନ୍ଦ୍ରରେ ଗତ ୩ମାସ ଧରି ପ୍ରଶିକ୍ଷଣ ନେଇଥିବା ୨୦ଜଣ ଛାତ୍ରୀଙ୍କୁ ଚାକିରି ପ୍ରଦାନ ଉଦ୍ଦେଶ୍ୟରେ ଗତ ଗୁରୁବାର ଦିନ ତାମିଲନାଡୁର ତିରୁପପୁର ଠାରେ ଥିବା ଆର୍ମସଷ୍ଟ୍ରଙ୍ଗ କ୍ନିଷ୍ଟିଙ୍ଗ ପ୍ରାଃ.ଲିମିଟେଡ କମ୍ପାନୀକୁ ପଠାଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ରାୟଗଡ ଜିଲ୍ଳା ପ୍ରଭାରୀ ଆଇଏଏସ ସତ୍ୟବ୍ରତ ସାହୁ, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପଜିଲ୍ଳାପାଳ ବି.ସିଦ୍ଧେଶ୍ୱର, ଓରମାସର ଉପ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର ପ୍ରମୁଖ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ୨୦ଜଣ ପିଲାମାନଙ୍କୁ ବିଦାୟ ଦେଇଥିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ଏହି ପ୍ରଶିକ୍ଷାର୍ଥୀମାନେ ଗ୍ରାମତରଙ୍ଗ ନିୟୋଜନ ପ୍ରଶିକ୍ଷଣ ସେବା କେନ୍ଦ୍ରରେ ଦୀନଦୟାଲ ଉପାଧ୍ୟୟ କୌଶଲ ଯୋଜନା ଅନ୍ତର୍ଭୁକ୍ତରେ ଚତୁର୍ଥ ପର୍ଯ୍ୟାୟର ୧୧ତମ ବ୍ୟାଚ ଭାବେ ୧୫ଜଣ ଯୁବତୀ ଓ ୫ଜଣ ଯୁବକ ପ୍ରଶିକ୍ଷାର୍ଥୀମାନେ ଇଣ୍ଡଷ୍ଟ୍ରି୍ରଆଲ ସ୍ୱିୟିଙ୍ଗ ମେସିନ୍ ଅପରେଟର ଭାବେ ପ୍ରଶିକ୍ଷଣ ଶେଷ କରି କମ୍ପାନୀ ପକ୍ଷରୁ ସେଠାରେ ପୁଣି ଏକ ମାସ ତାଲିମ ନେଇ ନିଜର ଚାକିରି ଆରମ୍ଭ କରିବେ । ଏମାନଙ୍କୁ ମାସିକ ୧୦ହଜାରରୁ ଉର୍ଦ୍ଧ ମାସିକ ଦରମା ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଚଳିତ ଅକ୍ଟୋବର ୨୨ତାରିଖରେ ଗୁଣପୁର ଗ୍ରାମତରଙ୍ଗର ୩୫ଜଣ ତାଲିମନାଡୁର ତିରୁପପୁର ଓ ୨୫ତାରିଖରେ ୭୦ଜଣ ପ୍ରଶିକ୍ଷାର୍ଥୀ ବାଙ୍ଗାଲୋରରେ ଚାକିରି ନିମନ୍ତେ ଯାଇଥିବା ସୂଚନା ମିଳିଛି । ଚଳିତ ୨୦୧୯-୨୦ ବର୍ଷର ଏପ୍ରିଲ ଠାରୁ ଅକ୍ଟୋବର ମାସ ମଧ୍ୟରେ ଦୀନ ଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୈାଶଳ ଯୋଜନା(ଡିଡିୟୁ-ଜିକେୱାଇ) ଅନ୍ତର୍ଭୁକ୍ତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ରାୟଗଡ ଜିଲ୍ଳାର ୧୧ଗୋଟି ବ୍ଳକର ୧୮୨ଟି ପଂଚାୟତରୁ ମୋବାଲାଇଜେସନ ନିମନ୍ତେ ୩୬୯୬ ଜଣଙ୍କୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୮୩୩ ଜଣଙ୍କୁ ଏଥିରେ ଅଂଶଗ୍ରହଣ କରିଥିଲେ ।

ସେହିପରି ତାଲିମ ନିମନ୍ତେ ୧୨୩୨ଜଣ ପ୍ରଶିକ୍ଷାର୍ଥୀଙ୍କୁ ଲକ୍ଷ ରଖାଯାଇଥିବା ବେଳେ ସେଥିରୁ ୮୯୯ଜଣ ପ୍ରଶିକ୍ଷାର୍ଥୀ ନିଜ ତାଲିମ ଶେଷ କରିଥିଲେ । ତେବେ ୮୬୩ଜଣ ପ୍ରଶିକ୍ଷାର୍ଥୀଙ୍କୁ ଏଥିରୁ ଚାକିରି ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୭୮ଜଣ ପ୍ରଶିକ୍ଷାର୍ଥୀ ଚାକିରି ପାଇ ସାରିଲେଣି । ପ୍ରକାଶ ଥାଉ କି, ଗତ ୨୦୧୮-୧୯ବର୍ଷରେ ୧୪୫୧ଜଣ ପ୍ରଶିକ୍ଷାର୍ଥୀଙ୍କୁ କର୍ମସଂସ୍ଥା ଦ୍ୱାରା ଚାକିରି ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୪୫୭ଜଣଙ୍କୁ ଚାକିରି ପ୍ରଦାନ କରାଯାଇଥିବା ଜଣାପଡିଛି । ଡିଡିୟୁ-ଜିକେୱାଇ ଯୋଜନା ଅନ୍ତର୍ଗତରେ ରାୟଗଡ ଜିଲ୍ଳାର ସଦର ବ୍ଳକ ପୀତାମହଲ ଠାରେ ଗ୍ରାମତରଙ୍ଗ ଓ ଉପାସନା ପ୍ରଶିକ୍ଷଣ ନିୟୋଜନ ସେବା କେନ୍ଦ୍ର.ଜେକେପୁର ସ୍ଥିତ ଅମ୍ଳାଭଟ୍ଟା ଛକ ଓ ଥେରୁବାଲି ଠାରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଏବଂ ଗୁଣପୁର ଠାରେ ବିଦ୍ୟାଭାରତୀ ଓ ଗ୍ରାମତରଙ୍ଗ ନାମରେ ୬ଟି ପ୍ରଶିକ୍ଷଣ କେନ୍ଦ୍ର ଚାଲୁ ରହିଛି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *