ବାରିଗୋଳ ପଞ୍ଚାୟତ ଦଳିତ ସାହିରେ ବିଦ୍ୟୁତ ଆଘାତରେ ତିନି ମୃତ

ସାଲେପୁର: ୨୫/୧୦(ଏନ.ପୁରୁଷୋତ୍ତମ ରେଡ୍ଡି) ସାଲେପୁର ବ୍ଲକ୍ ନିକଟ ବାରିଗୋଳ ପଞ୍ଚାୟତ ଦଳିତ ସାହିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଆଜି ସକାଳ ୧୧ ଟା ସମୟରେ ଶାଶୁ ସ୍ମିତା ମଲ୍ଲିକ ଗାଧୋଇ ସାରି ଅନ୍ୟ ମନସ୍କ ରେ ଘର ପାଖରେ ଥିବା ବିଦ୍ୟୁତ୍ ତାର ଉପରେ ଯାଇ ଲୁଗା ଶୁଖାଇ ଦେଲେ । ସେହି ତାରରେ ବିଦ୍ୟୁତ୍ ପ୍ରତିବହିତ ହେଉଥିବାରୁ କରେଣ୍ଟ ଲାଗିଥିଲା। ଶାଶୁଙ୍କୁ କରେଣ୍ଟ ଲାଗିବାର ଦେଖି ମଝିଆ ବୋହୂ ନନ୍ଦିତା ମଲ୍ଲିକ ଆସି ଶାଶୁଙ୍କୁ ଧରିଦେଲେ ବଞ୍ଚେଇବା ଲାଗି ତା ପର ସମୟରେ ସାନ ବୋହୂ ପୁଷ୍ପଲତା ମଲ୍ଲିକ ମଧ୍ୟ ଆସି ସେମାନଙ୍କୁ ବଂଚେୱିବକୁ ଚେଷ୍ଟା କରିବା ସମୟ ରେ ସେ ବି ବିଦ୍ୟୁତ୍ ସଂସ୍ପରଂଣ ରେ ଆସିଥିଲେ। ଫଳରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି।ସ୍ଥାନୀୟ ଲୋକମାନେ ମିଶି ସେମାନଙ୍କୁ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ଏଥିନେଇ ସମ୍ପୂର୍ଣ ସାଲେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସାଲେପୁର ପୋଲିସ ୟାକୁ ତଦନ୍ତ କରୁଛି।