ଖଇରା ବ୍କକର ବିଭିନ୍ନ ସ୍ଥାନରେ ବିନା ଫାରମାସିଷ୍ଟ ଓ ଲାଇସେନ୍ସରେ ଚାଲିଛି ଔଷଧ ଦୋକାନ

ବାଲେଶ୍ବର,୨୫/୧୦- ମଣିଷର ବଞ୍ଚିବା ପାଇଁ ଖାଦ୍ଯ ଯେପରି ନିହାତି ଆବଶ୍ୟକ ସେହିପରି ଜୀବନମରଣ ସହିତ ସଂଗ୍ରାମ କରୁଥିବା ଜଣେ ରୋଗୀ କିଛିଦିନ ବଞ୍ଚିରହିବା ପାଇଁ କିମ୍ବା ବଞ୍ଚାଇରଖିବା ପାଇଁ ଔଷଧର ଆବଶ୍ୟକତା ଥାଏ । ସେଥିପାଇଁ ଜଣେ ରୋଗୀ ନିଜେ କିମ୍ବା ତା’ର ପରିବାର ଲୋକଙ୍କ ସହାୟତାରେ ମେଡ଼ିକାଲ/ଚିକିତ୍ସାଳୟକୁ ଯାଇଥାଏ । ମନରେ ଆଶାବାନ୍ଧିଥାଏ ଭଲ ହେବାକୁ । କିନ୍ତୁ ଭଲହେବା ପରିବର୍ତ୍ତେ ମୃତ୍ୟୁମୁଖକୁ ଠେଲି ହୋଇଯାଇଥାଏ । ତା’ର କାରଣ ହେଉଛି ବିନା ଲାଇସେନ୍ସ ଓ ବିନା ଫାର୍ମାସିଷ୍ଟରେ ଗଢି ଉଠିଥିବା ଔଷଧ ଦୋକାନ । ସେହିପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ବିଭିନ୍ନ ସ୍ଥାନରେ ଗଢିଉଠିଥିବା ଔଷଧ ଦୋକାନ ଗୁଡିକରେ । ବ୍ଲକର କେତେକ ଔଷଧ ଦୋକାନକୁ ଛାଡିଦେଲେ ପ୍ରାୟ ଅଧିକାଂଶ ବିନା ଫାରମାସିଷ୍ଟ୍ ଓ ଲାଇସେନ୍ସରେ ଗଢି ଉଠିଛି ଔଷଧ ଦୋକାନ । ସେହିସବୁ ଔଷଧ ଦୋକନ ଗୁଡିକରେ ଯେଉଁ ମାନେ ଔଷଧ ଚିଠା ଦେଖି ଔଷଧ ବିକ୍ରି କରୁଛନ୍ତି ସେମାନଙ୍କର କାହାରି ଫରମାଷ୍ଟି ଲାଇସେନ୍ସ ନାହିଁ କି କେହି ଫାର୍ମାସିଷ୍ଟ ପାସ୍ କରିନାହାନ୍ତି । ଯେଉଁମାନଙ୍କ ଫାର୍ମାସିଷ୍ଟ ଲାଇସେନ୍ସ ଦୋକାନରେ ଝୁଲାହୋଇଥାଏ ସେମାନେ ଦୋକାନରେ ନଥାନ୍ତି । ବହୁ ସମୟରେ ଡାକ୍ତର ଲେଖିଥିବା ଔଷଧ ନାମ ଗୁଡିକ ମଧ୍ୟରୁ ଔଷଧ ଦୋକାନ ରେଥିବା ଅନଭିଜ୍ଞ ପିଲାମାନେ ନିଜକୁ ଫାର୍ମାସିଷ୍ଟ କହି ଔଷଧ ବିକ୍ରି କରୁଛନ୍ତି, ଆଉ ମଧ୍ୟ ଔଷଧ ଖାଇବା ପାଇଁ ଠିକ୍ ମୁତାବକ କହି ପାରୁ ନଥିବାରୁ ରୋଗୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ଟଙ୍କା ଥିବା ଲୋକ ଖାଲି ଔଷଧ ଦୋକାନ ବଜାର ଉପରେ ଖୋଲି ଅର୍ଥ ରୋଜଗାର କରିବା ବେଳେ ରୋଗୀଙ୍କୁ ଭୁଲ୍ ଔଷଧ ଦେଇ ଶୋଷଣ କରିବାରେ ବ୍ଯସ୍ତ ରହୁଛନ୍ତି । ଔଷଧ ଖାଇ ରୋଗୀ ପଛେ ମରୁ କିନ୍ତୁ ଔଷଧ ଦୋକାନୀ ଅନଭିଜ୍ଞ ଫାର୍ମାସିଷ୍ଟ ରଖି ବହୁଅର୍ଥ ରୋଜଗାର କରୁଛନ୍ତି । ତାହାର ଏକ ଜ୍ବଳନ୍ତ ଉଦାରଣ ସୂରପ ଖଇରା ବଜାରରେ ଯେତେ ଔଷଧ ଦୋକାନ ଖୋଲା ଯାଇଛି ସେଥିମଧ୍ୟରୁ ହାତଗଣତି ଦୁଇ କିମ୍ବା ତିନୋଟି ଔଷଧ ଦୋକାନ ରେ ପ୍ରକୃତରେ ଫାର୍ମାସିଷ୍ଟ ଲୋକ ରହି ଠିକ୍ ଔଷଧ ବିକ୍ରି କରୁଛନ୍ତି, ନଚେତ ପ୍ରାୟ ୨୦ ରୁ ୫୦ଟି ଦୋକାନ ବିନା ଲାଇସେନ୍ସରେ ଖୁଲମ ଖୁଲା ଦିବାରାତ୍ର ଔଷଧ ଦୋକାନ ଖୋଲି ଔଷଧ ବିକ୍ରୟ୍ କରୁଛନ୍ତି । ଏବିଷୟରେ ବାଲେଶ୍ବର ଆଞ୍ଚଳିକ ଡ୍ରଗ୍ ଇନ୍ସପେକ୍ଟର କାର୍ଯ୍ଯାଳୟକୁ ଯୋଗାଯୋଗ କରିଥିଲେ ମଧ୍ୟ କୋୖଣସି ଉତ୍ତର ମିଳି ପାରିନଥିଲା । ଦ୍ଵିତୀୟତଃ ସରକାରଙ୍କ ନିୟମ ଅଛି ମେଡ଼ିକାଲ ପରିସରରେ ଥିବା ଔଷଧ ଦୋକାନୀ ମେଡିସିନ ଉପରେ ଶତକଡା ୫ ଭାଗ ରିହାତି ଦେବେ ରୋଗୀଙ୍କୁ । ହେଲେ ଖଇରା ଗୋଷ୍ଠୀ ସ୍ଯାସ୍ଥ୍ଯକେନ୍ଦ୍ର ପରିସରରେ ଥିବା ଏକ ଔଷଧ ଦୋକାନୀ ଠାରୁ ଔଷଧ କିଣିବା ସମୟରେ ଶତକଡା ୫ପରସେଣ୍ଟ ଛାଡ଼ିବାବେ କ’ଣ ଏକ ଅଣା ମଧ୍ଯ ଛାଡନ୍ତି ନାହିଁ । ଅଧିକାଂଶ ସମୟରେ ଡାକ୍ତର ଲେଖିଥିଵା ମେଡିସିନ ନଦେଇ ବିକ୍ରିହେଉନଥିବା,ବହୁଦିନର ପୁରୁଣା ମେଡିସିନକୁ ଲୋକଦେଖି ଦେଇଥାନ୍ତି ନିଜ ଇଛାରେ । ଡାକ୍ତରଙ୍କୁ ହାତକରି ପୁରୁଣା ଔଷଧକୁ ବିକ୍ରିକରିବାରେ ସମର୍ଥ ହୋଇଥାନ୍ତି । ଔଷଧ କିଣିଲାବେଳେ ବିଲ୍ ମାଗିଲେ ଟଙ୍କା ଦେଲ ଔଷଧ ନେଲ ବିଲ କ’ଣ ଦରକାର, ବର୍ତ୍ତମାନ ଦୋକାନ ଭିଡ ଅଛି ପରେ ଆସ ନେଇଯିବ ଵୋଲି କୁହନ୍ତି ,ବାଧ୍ଯକରି ବିଲ୍ ମାଗିଲେ ବିରକ୍ତ ହୋଇ ନାଲିଆଖି ଦେଖାଇବାକୁ ପଛାଇନଥାନ୍ତି ଦୋକାନୀ । ଏବିଷୟ ଅଞ୍ଚଳଵାସୀ ବହୁବାର ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ଯ କାର୍ଯ୍ୟ ଶୂନ୍ୟ ।
ଏ ବିଷୟରେ ବହୁବାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରକାଶ କରିଥିଲେ ମଧ୍ୟ କୋୖଣସି ଉଚ୍ଚ ପଦସ୍ଥ ଅଧିକାରୀ ଜାଣି ନ ଶୁଣିଲା ପରି ନିରବରେ ରହୁଛନ୍ତି । ଯଦି ଏଥର ବିଭାଗୀୟ ଅଧିକାରୀ ତୁରନ୍ତ ଆଗାମୀ ୧୫ଦିନ ଭିତରେ ବିନା ଲାଇସେନ୍ସ ଓ ଅନଭିଜ୍ଞ ଲୋକ ରଖି ଦୋକାନୀଙ୍କ ଉପରେ ସରକାର କୈଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଖଇରା ଗୋଷ୍ଠୀ ସ୍ଯାସ୍ଥ୍ଯ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିବା ପାଇଁ ଖଇରାର ବୁଦ୍ଧିଜୀବି ଓ ସାଧାରଣ ଜନତା ଲିଖିତ ଭାବେ ଜିଲ୍ଲା ପାଳ,ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ରାଜ୍ୟ ପାଳଙ୍କୁ ଜଣାଇଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଉଚ୍ଚପଦସ୍ଥ ଅଧିକାରୀ ତଥା ସରକାର ଦୃଷ୍ଟି ଦେବାକୁ ଅଭିଯୋଗକାରୀ ତରଫରୁ ଦାବି ହୋଇଛି ।
ରିପୋର୍ଟ–ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା