01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେନ୍ଦ୍ର ସରକାରଙ୍କ ଜ଼ିଲ୍ଲା ପ୍ରଭାରୀ ଓ ଜ଼ିଲ୍ଲାପାଳଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) କେନ୍ଦ୍ର ସରକାରଙ୍କ ରାୟଗଡା ଜ଼ିଲ୍ଲା ପ୍ରଭାରୀ ଶ୍ରୀ ସତ୍ୟବ୍ରତ ସାହୁ ଆଇଏଏସ ରାୟଗଡା ଜ଼ିଲ୍ଲା ଗସ୍ତ ରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ମାନ କିପରି ଚାଲଛି ତାହାର ସମୀକ୍ଷା କରିଥିଲେ ଓ ପରେ ପରେ ରାୟଗଡା ସହରରେ ଅବସ୍ଥିତ ଆହାରକେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ଆହାର କେନ୍ଦ୍ରର ଖାଦ୍ୟର ମାନ ଦେଖିଥିଲେ ଓ ଜନସାଧାରଣଙ୍କୁ ଏହି ଆହାର ଖାଦ୍ୟ କିପରି ଲାଗୁଛି ପଚାରି ବୁଝିଥିଲେ। ତାହା ସହିତ ୫ଟଙ୍କା ଦେଇ ଜନ ସାଧାରଣଙ୍କ ସହିତ ଛିଡା ହୋଇ ଆହାର କେନ୍ଦ୍ରରେ ଭୋଜନ କରିଥିଲେ। ତାଙ୍କରି ସହିତ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ ଋତୁରାଜ, ଗୁଣୁପୁର ଉପଜ଼ିଲ୍ଲାପାଳ ଡାକ୍ତର ବି ସିଦ୍ଧେଶ୍ୱର ବଳିରାମ, ରାୟଗଡା ଉପଜ଼ିଲ୍ଲାପାଳ ଶ୍ରୀ ପ୍ରଧାନ ମଧ୍ୟ ଆହାର କେନ୍ଦ୍ରକୁ ଯାଇଥିଲେ ଓ ସେହି ଠାରେ ଆହାର କେନ୍ଦ୍ରରେ ଭୋଜନ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *