ସାଲେପୁର ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କ ଅଚାନକ ବଦଳି ନିର୍ଦ୍ଦେଶ
ସାଲେପୁର:(ଏନ.ପୁରୁଷୋତ୍ତମ ରେଡ୍ଡି):୨୫-୧୦-୨୦୧୯ (ସଖପ୍ର):ସାଲେପୁର ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କ ଅଚାନକ ବଦଳି ନିର୍ଦେଶ ଆସିବା ପରେ ସେମାନଙ୍କ ସ୍ଥାନରେ ନୂତନ ବିଡ଼ିଓଙ୍କ ନିଯୁକ୍ତି ନିର୍ଦେଶ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ବିଭାଗୀୟ ଯଏଣ୍ଟ ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ଚିଠି ନଂ ୩୨୭୨୧/୨୪-୧୦-୨୦୧୯ ଅନୁଯାୟୀ ସାଲେପୁର ବିଡ଼ିଓ ଭାବେ ଦିବ୍ୟଜ୍ୟୋତି ସ୍ରୁତିରଞ୍ଜନ ଦେଓ ଙ୍କୁ ନିଯୁକ୍ତି ମିଳିଥିବା ବେଳେ ସାଲେପୁର ତହସିଲଦାର ଭାବେ ଅତିରିକ୍ତ ତହସିଲଦାର ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ସାଲେପୁର ବିଡ଼ିଓ କିଶୋର କୁମାର ପଣ୍ଡା ଓ ତହସିଲଦାର ପଦ୍ମାଜା ଦାସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।