ବିଜୁ ଯୁବବାହିନୀ ତରଫରୁ ସଡକ ସୁରକ୍ଷା ସଚେତନତା “ରକ୍ଷକ” କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ା ଜିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ବିଷମକଟକ ବ୍ଲକ ଚାଟିକଣା ଠାରେ ବିଜୁ ଯୁବବାହିନୀ ତରଫରୁ ସଡକ ସୁରକ୍ଷା ଉପରେ ସଚେତନତାର ଏକ “ରକ୍ଷକ” କାର୍ଯକ୍ରମ ଅନୁଷ୍ଠିତ ହୋଇଛି ୲ ବିଷମକଟକ ବ୍ଲକ ସଂଯୋଜକ ନରତ୍ତୋମ ଉଲ୍ଲାକାଙ୍କ ନେତୃତ୍ଵ ଅନେକ ଯୁବବାହିନୀର ସଦସ୍ୟ ଚାଟିକଣା ଠାରେ ଯୋଗଦେଇ ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନତା କରାଇଥିଲେ ୲ ସଡକ ଦୁର୍ଘଟଣାରୁ ସତର୍କ ରହିବା ନିମନ୍ତେ ଦ୍ରୁତଗତିରେ ଗାଡି ଚାଳନା ନ କରିବା ସହିତ ମୁଣ୍ଡରେ ହେଲମେଟ୍ ପିନ୍ଧି ଗାଡିଚାଳନା କରିବା ସୁରକ୍ଷିତ ବୋଲି ଲୋକମାନଙ୍କୁ ଅବଗତ କରାଇଥିଲେ । ଏହା ସହ ସ୍କୁଲଗୁଡିକର ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏହି ସଡକ ସୁରକ୍ଷା ବିଷୟରେ ସଚେତନତା କରାଯିବା ସହ ୧୮ ବର୍ଷରୁ କମ୍ ବାଳକ କିମ୍ବା ବାଳିକା ଗାଡି ଚାଳନା କଲେ ଅବିଭାବକଙ୍କ ଉପରେ ସରକାର କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଚେତନତା କରାଇଥିଲେ ୲ ସଡକ ଦୁର୍ଘଟଣାରେ ଅନେକଙ୍କ ହସଖୁସିର ପରିବାର ଉଜୁଡି ଯାଇଥିବା ସହ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି ତେଣୁ ଭାରତ ସରକାର ପରିବହନ ବିଭାଗ ଉପରେ ଗୁରୁତ୍ବ ଦେଇଛନ୍ତି ୲ ଦୁର୍ଘଟଣାରୁ ସତର୍କ କରାଇବା ସହ ସଚେତନତା ହିଁ ଦୁର୍ଘଟଣାର ଏକ ମାଧ୍ୟମ ବୋଲି ସତର୍କ କରାଯାଇଥିଲା ୲ ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଯୁବ ସଂଯୋଜକ ବିବେକାନନ୍ଦ ପଟ୍ଟନାୟକ ଏବଂ ପି.ଓ ଶିଶିର କୁମାର ମିଶ୍ର ଏବଂ ବିଷମକଟକ ପୋଲିସ ଯୋଗଦେଇ ଥିଲେ ୲