ଜୟପୁରରେ ଜଳସମ୍ପଦମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଜୟପୁର ୨୪/୧୦: ଆଜି ଜଳ ସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାୟଗଡାରୁ ଆସି ଜୟପୁର ବାରିଣୀପୁଟ ଜଳସେଚନ ଡାକବଙ୍ଗଳାରେ ପହଞ୍ଚିଛନ୍ତି।ଉପର କୋଲାବ ଓ ତେଲେଙ୍ଗିରି ମୁଖ୍ୟକେନାଲ ବିଷୟରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।ଏହା ଅବସରରେ ଜୟପୁର ସାମ୍ବାଦିକମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ସନ୍ତାନ ଏବଂ ପତ୍ନୀକୁ ସାମିଲ କରିବାକୁ ଯୋଜନା ରହିଥିବାବେଳେ ବାପା,ମା ଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବୀପତ୍ର ଦିଆଯାଇଥିଲା।ପରେ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଜଳସେଚନ ମନ୍ତ୍ରୀଙ୍କୁଜୟପୁର ନାଗରିକ କମିଟି ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଏହା ଗ୍ରହଣ ପରେମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ୪ଟା ସମୟରେ ସାଗର ବୁଲିଦେଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଗାନ୍ଧୀଛକରୁ ଉଡାଜାହାଜ ପଡିଆ ପର୍ଯ୍ୟନ୍ତ ଥିବା କେନାଲ ରୋଡକୁ ତୁରନ୍ତ ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ହସ୍ତାନ୍ତର କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବୀ କରାଯାଇଥିଲା। ଦଳୀୟ କର୍ମୀଙ୍କସହ ଆଲୋଚନା କରିଥିଲେ। ଦଳୀୟ ଆଲୋଚନା ସମୟରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ଦଳୀୟ କର୍ମୀମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପୂରବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, କୋରାପୁଟ ବିଧାୟକ ରଘୁରାମ ପୋଡାଲ,ରାଜ୍ୟ ବିଜେପି ସାଧାରଣ ସଂପାଦକ ଅନୁପ ପାତ୍ର,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,ବିଜେଡି ନେତା ଦୁର୍ଗା ମିଶ୍ର,ବାଲା ରାୟ,ଧର୍ମେନ୍ଦ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Coverage of news with photos are very nice.