01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାର ଗୌରବ କୁନି ମାଢ଼ୀ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ…

ମାଲକାନଗିରି :ଜାତୀୟ ସ୍ତରରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ |ନୂଆଦିଲ୍ଲୀ ରେ ଜାତୀୟ ସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେଇ ଲମ୍ବ ଡିଆଁ ରେ ରୌପ୍ୟ ଓ ମାରାଥନରେ ସ୍ଵର୍ଣ ଜିତିଥିଲେ |

ସେ ମାଲକାନଗିରିକୁ ଆସିବାପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ |ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲ ତାଙ୍କୁ ତାଙ୍କର ଅଫିସକୁ ଡାକି ସମ୍ବର୍ଦ୍ଧିତ କରିଛନ୍ତି | ତାଙ୍କୁ ଉତ୍ତରୀୟ ସହ ରେଡ଼କ୍ରସ ତରଫରୁ ୧ 0000 ଟଙ୍କାର ଚେକ ଦିଆଯାଇଥିଲା ଏବଂ ତାର ପରବର୍ତ୍ତୀ ପାଠପଢ଼ା ଠିକ ସ୍ଥାନରେ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦିଆଯାଇଥିଲା |ପ୍ରଶାସନ ଯଦି ଠିକ ପରିବେଶ ସୃଷ୍ଟି କରେ ତେବେ ଜିଲ୍ଲାର ଜାତୀୟସ୍ତରର ଖେଳାଳିର ଅଭାବ ରହିବନି ବୋଲି ଜିଲ୍ଲାର ଖେଳାପ୍ରେମୀ ମତପ୍ରକାଶ କରିଛନ୍ତି | ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *