03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସଫେଇ କଲେ ବ୍ଲକ ଅଧ୍ୟକ୍ଷ ଓ ୨ ତହସିଲଦାର…

ମାଲକାନଗିରି :ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମ ଭି -୯0ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରି ୨ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷ ଉଦାହରଣ ସୃଷ୍ଟି କରିଛନ୍ତି |ଏହି ୨ ଅଧିକାରୀ ହେଲେ କାଲିମେଳା ତହସିଲଦାର ଉମା ଶଙ୍କର ଦଳେଇ ଏବଂ ଛୁଟିରେ ଗାଁକୁ ଆସିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ତହସିଲଦାର ଧର୍ମରାଜ ମାଝୀ ଓ ବ୍ଲକ ଅଧ୍ୟକ୍ଷ ହେଲେ ମାଲା ମାଢ଼ୀ |ଏମାନଙ୍କ ସହ ଗ୍ରାମର ଯୁବକ ସଙ୍ଘର ଅନୁପ ସାହା, ସୁଜୟ ମିସ୍ତ୍ରୀ, ସୁକାନ୍ତ ମଜୁମଦାର, ବିଷ୍ଣୁ ସରକାର ଆସୁ ବୈରାଗୀ, ସଂଜିତ ମାଲିକ, ଗୋବିନ୍ଦ ଗୌର, ଗୌତମ ସାହା ଓ ଅନ୍ୟମାନେ ସାମିଲ ହୋଇଥିଲେ |ଏମ ଭି -୯0 ବଜାର ସାହିରେ ବହୁତ ଓଳିଆ ଗଦା ହୋଇଥିଲା, ସେ ସବୁକୁ ସଫାକରି ନିଆଁ ଲଗାଇଥିଲେ |ଲୋକମାନଙ୍କୁ ଏଣେତେଣେ ଓଳିଆ ନ ପକାଇବା ପାଇଁ ପରାମର୍ଶ ଦେଇଥିଲେ |ଅଧିକାରୀମାନଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *