12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସହର ଦଶହରାପର୍ବର ନିଆରା ପରମ୍ପରା

ଜୟପୁର ଦଶହରାର ନିଆରା ପରମ୍ପରା ଦେଖିବାକୁ ମିଳେ। ଏଠାରେ ରାଜା ରାଜୁଡା ଅମଳରୁ ବାଉଁଶ ନିର୍ମୀତ ଲାଠି ପୂଜା ହୋଇଆସୁଛି। ଜୟପୁର ରାଜା ନଅରରେ ପ୍ରତିପଦ ତିଥିରେ ମା ଙ୍କ ପୂଜା ଆରମ୍ଭ ହୁଏ। ତା ପରେ ଅନ୍ୟାନ୍ୟ ସ୍ଥାନ ଯଥା ନୂଆ ବସଷ୍ଟାଣ୍ଡ, ଗାନ୍ଧିଛକ, ସରକାରୀ ବସଷ୍ଟାଣ୍ଡ ଓ ବିଭିନ୍ନ ସ୍ଥାନରେ ପୂଜା ଆରମ୍ଭ ହୁଏ। ଜୟପୁରର ଆଖପାଖ ଗ୍ରାମରୁ ବିଭିନ୍ନ ମାଙ୍କ ପୀଠରୁ ଲାଠିକୁ ଧରି ଆଦିବାସୀ ସଂପ୍ରଦାୟର ଲୋକମାନେ ଆସିଥାନ୍ତି। ଜୟପୁରରେ ଦଶମୀ ପର୍ଯ୍ୟନ୍ତ ରୁହନ୍ତି। ଦଶହରା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ପୂରା ସହର ଆଲୋକମାଳାରେ ସୁସଜ୍ଜିତ ହୋଇଥିଲା। ଦଶମୀ ଦିନ ମା ଦୁର୍ଗାଙ୍କୁ ସ୍ମରଣ କରି ରାବଣର ବିନାଶ କରିବା ସହ ଧରାପୃଷ୍ଟକୁ ପାପଭାରରୁ ମୁକ୍ତ କରିଥିଲେ ପ୍ରଭୁ ଶ୍ରୀରାମ । ତେଣୁ ବିଭିନ୍ନ ସ୍ଥାନରେ ରାବଣ ପୋଡିର ଆୟୋଜନ ହୋଇଥାଏ ।ସେହିପରି ଜୟପୁରରେ ଦଶହରା ପଡିଆରେ ରାବଣପୋଡି କାର୍ଯ୍ୟକ୍ରମ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ଏସ,ପି , ଜିଲ୍ଲାପାଳ, ଜୟପୁର ଉପଜିଲ୍ଲାପାଳ ଓ ଉପଖଣ୍ଡର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ପୋଲିସ ତରଫରୁ ସୁରକ୍ଷା ପାଇଁ କଡାକଡି ବ୍ୟବସ୍ଥା କରାଯାଇଥିଲା। ଦଶହରା ପଡିଆରେ ଜୟପୁର ଆଖପାଖ ଗାଁ ଲୋକ ଓ ଜୟପୁର ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏଥର ଶାନ୍ତି ଶୃଙ୍ଖଳା ସହ ଦଶହରାପର୍ବ ହୋଇଥିବା ଦେଖିବାକୁ ମିଳିଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *