କଟକ ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ଛକରେ ଦୁର୍ଘଟଣା, ଘଟଣା ସ୍ଥଳରେ ତିନି ମୃତ

ସାଲେପୁର:୨୩/୧୦/୨୦୧୯:(ଏନ.ପୁରୁଷୋତ୍ତମ ରେଡ୍ଡି): ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏମିତି ଆଜି କଟକ ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ଛକ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଚାଲିଯାଇଛି ୩ ଟି ଜୀବନ। ମୃତ ୩ ଜଣଙ୍କର ଠିକଣା ହେଉଛି ସାଲେପୁର ନାନ୍ଦୋଲ ଠାରେ। ସେମାନେ ସଂଧ୍ୟା ସମୟ ପ୍ରାୟ ୭:୩୦ ରେ କେନ୍ଦ୍ରାପଡାରୁ ନିଜର YAMAHA FAZER BIKE ଯୋଗେ ସାଲେପୁର ନାନ୍ଦୋଳ ନିଜ ଗାଁ କୁ ଫେରୁଥିଲେ। ହଠାତ କେନ୍ଦୁପାଟଣା ଛକଠାରେ ଆନ୍ଧ୍ର ପ୍ରଦେଶର ଏକ ଧଳା ରଙ୍ଗର ଟ୍ରକ ପଛରୁ ଆସି ଅତି ତୀବ୍ର ବେଗରେ ପିଟିଲା ଫଳରେ ଘଟଣା ସ୍ଥଳରେ bike ରେ ଥିବା ୩ ଜଣ ନାନ୍ଦୋଳ ଗ୍ରାମର ସେକ୍ ଫରାଯୁଦିନ, ସେକ୍ ହାପିଜୁଦିନ,ଓ ରେହାନ ଖାନ ଙ୍କର ଜୀବନ ଚାଲି ଯାଇଛି।ଘଟଣା ସ୍ଥଳରୁ ୩ ଜଣଙ୍କର ଶବକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୁଲିସ୍।ଘଟଣା ଘଟାଇ ଟ୍ରକଟି ଖସି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଓ ସାଲେପୁର ପୋଲିସ ଦ୍ୱାରା କିଛି ବାଟ ଦୂରରୁ ଟ୍ରକଟିକୁ ଅଟକା ଯାଇଥିଲା। ପରେ ସାଲେପୁର ପୋଲିସ ଟ୍ରକର ଡ୍ରାଇଭରକୁ ଏବଂ ଟ୍ରକଟିକୁ ସିଜ୍ କରି ଥାନାକୁ ଆଣି ଅଟକ ରଖିଛନ୍ତି। ଟ୍ରକରେ ଦୁଇ ଜଣ ଥିଲେ। ଟ୍ରକର ହେଲ୍ପର ଫେରାର ଅଛି । ସୁଚନା ମିଳିଛି ଯେ ଟ୍ରକଟି ଆନ୍ଧ୍ର ପ୍ରଦେଶର ବୋଲି। ଟ୍ରକ ନଂ ହେଉଛି *AP 24 TB 0606* ଏହାର ମାଲିକ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ପଦ୍ମଶେଖର ଯୋଥେସ୍ବରଣ ।