ଜୁନାଗଡ଼ ଏକ୍ସପ୍ରେସ ଟ୍ରେନର ଗତିପଥକୁ ରାୟଗଡା ପ୍ରେସ ୟୁନିଅନ ତରଫରୁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର
ରାୟଗଡ଼ଜ଼ିଲ୍ଲା :୨୮/୦୯/୨୦୧୯ (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଜୁନାଗଡ ଠାରୁ ଭୁବନେଶ୍ୱର ଭାୟା ରାୟଗଡ ଦେଇ ଯାଉଥିବା ଲିଙ୍କ ଏକ୍ସପ୍ରେସ ଗତି ପରିବର୍ତ୍ତନ କରି ଭାୟା ଟିଟିଲାଗଡ ଦେଇ ଭୁବନେଶ୍ୱର ଯିବାକୁ ଥିବା ପ୍ରସଙ୍ଗକୁ ବିରୋଧ କରି ଆଜି ପ୍ରେସ ୟୁନିୟନ ରାୟଗଡ ତରଫରୁ ରାୟଗଡ ଷ୍ଟେସନ ମାଷ୍ଟରଙ୍କୁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଗଲା ।ଜୁନାଗଡ଼ ଟ୍ରେନ ଗତିପଥ ପରିବର୍ତନକୁ ନେଇ ବର୍ତମାନ ଯେଉଁ ଦ୍ଵନ୍ଦ ପ୍ରକାଶ ପାଇଛି ଏହି ପରିପ୍ରେକ୍ଷିରେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ମଧ୍ୟରେ ରାଜନୀତି ଜୋର ଧରିଲାଣି କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ସିଟିଯେନ ଫୋରମ ତରଫରୁ କେନ୍ଦ୍ର ମନ୍ତ୍ରୀଙ୍କୁ ପତ୍ର ଲେଖି ଜୁନାଗଡ଼ ଭୁବନେଶ୍ୱର ଏକ୍ସପ୍ରେସ କୁ ଭାୟା ରାୟଗଡା ଦେଇ ଯିବା ପରିବର୍ତେ ଭାୟା କେସିଙ୍ଗା ଟିଟିଲାଗଡ଼ ସମ୍ବଲପୁର ଦେଇ ଚଳାଚଳ କରିବା ପାଇଁ ଅନୁରୋଧ କରିଥିଲେ ଏହା କୁ ଭିତ୍ତି କରି ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଙ୍କୁ ଚିଠି ଲେଖିଥିଲେ ଏହି ଟ୍ରେନ ର ଗତିପଥ ପରିବର୍ତନ ପାଇଁ ଏହାକୁ ନେଇ ସମଗ୍ର ରାୟଗଡା ଜ଼ିଲ୍ଲା ତଥା ଦକ୍ଷିଣ ଓଡିଶା ର ଜନସାଧାରଣ ଦଳ ମତ ନିର୍ବିଶେଷରେ ମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଏହି ଅନୁରୋଧ କୁ ଦୃଢ଼ ନିନ୍ଦା କରୁଛନ୍ତି ଏହି ପରିପେକ୍ଷ ରେ ରାୟଗଡା ଜ଼ିଲ୍ଲା ପ୍ରେସ ୟୁନିଅନ ତରଫରୁ ଏକ ଦାବିପତ୍ର ରେଳ ମନ୍ତ୍ରୀଙ୍କ ଉଦେଶ୍ୟ ରେ ରାୟଗଡା ରେଳ ଷ୍ଟେସନ ମାଷ୍ଟର କୁ ଏକ ସ୍ମାରକ ପତ୍ର ଦିଆଯାଇଛି ଏଥିରେ ମନ୍ତ୍ରୀ ଙ୍କୁ ଅନୁରୋଦଜେ କରାଯାଇଛି ଜୁନାଗଡ଼ ଏକ୍ସପ୍ରେସ ପୂର୍ବ ଭଳି ଚାଲୁ ରଖିବା ପାଇଁଏହି ପରିପେକ୍ଷରେ ୟୁନିଅନ ର ଦୟାନନ୍ଦ ଖାଡ଼ଙ୍ଗା ସନ୍ତୋଷ ପାଣିଗ୍ରାହୀ ସରୋଜ ସାହୁ ଅମୁଲ୍ୟ ନିଶଙ୍କ ମନୋଜ ସାହୁ ପରମାନନ୍ଦ ପଣ୍ଡା ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହିଥିଲେ।