03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଜାରରେ ଉପଲବ୍ଧ ଔଷଧ ମଧ୍ୟରୁ ପ୍ରାୟ ୫୦% ଅନାବଶ୍ୟକ’

ଭାରତୀୟ ବଜାରରେ ଉପଲବ୍ଧ ଔଷଧ ମଧ୍ୟରୁ ପ୍ରାୟ ୫୦% ଅନାବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି କଲିକତା ଆର.ଜି.କର ଭେଷଜ ମହାବିଦ୍ୟାଳୟର ଅଧ୍ୟାପକ ଅଞ୍ଜନ ଅଧିକାରୀ । ଅଧିକ ଖବର ପଢନ୍ତୁ..

କୋରାପୁଟ: ଭାରତୀୟ ବଜାରରେ ଉପଲବ୍ଧ ଔଷଧ ମଧ୍ୟରୁ ପ୍ରାୟ ୫୦% ଅନାବଶ୍ୟକ । ଏହି ଅନାବଶ୍ୟକ ଔଷଧ ଚିହ୍ନିବା ପାଇଁ ଉପଯୁକ୍ତ ଜ୍ଞାନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି କଲିକତା ଆର.ଜି.କର ଭେଷଜ ମହାବିଦ୍ୟାଳୟର ଅଧ୍ୟାପକ ଅଞ୍ଜନ ଅଧିକାରୀ ।

ବୁଧବାର କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅଭିଭାଷଣ ଦେଇ ଏଭଳି କହିଛନ୍ତି ଅଧ୍ୟାପକ ଅଞ୍ଜନ ଅଧିକାରୀ । ତେବେ ଅଞ୍ଜନ ଅଧିକାରୀଙ୍କ ବ୍ୟତିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ଫର୍ମାକୋଲୋଜି ବିଭାଗର ମୁଖ୍ୟ ତୃପ୍ତିରେଖା ସ୍ବାଇଁ ମଧ୍ୟ ଏନେଇ ନିଜ ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଔଷଧ ନିର୍ମାତା ଠାରୁ ବିକ୍ରେତା ଓ ପରବର୍ତୀ ପର୍ଯ୍ୟାୟରେ ଚିକିତ୍ସା ଯୋଗାଇ ଦେଉଥିବା ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଔଷଧର ଗୁଣବତ୍ତା ଓ ବାସ୍ତବିକ ଆବଶ୍ୟକତା ସମ୍ପର୍କରେ ଉଚିତ ମାତ୍ରାରେ ତଥ୍ୟ ରହୁନାହିଁ । ତେଣୁ ଅନେକ ଅନାବଶ୍ୟକ ଔଷଧର ସେବନ କରାଯାଉଛି ।
ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଏକ ସହାୟକ ସ୍ବାସ୍ଥ୍ୟ ପୁସ୍ତକ ପ୍ରସ୍ତୁତ କରାଯାଉଥିବା ସେ ସୂଚନା ଦେଇଛନ୍ତି । ତେବେ ଏହି କର୍ମଶାଳାରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡାକ୍ତର ଓ ସ୍ବାସ୍ଥ୍ୟ ସେବା ଯୋଗାଉଥିବା କର୍ମୀ ଯୋଗ ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *