04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ…

ନବରଙ୍ଗପୁରଜିଲ୍ଲା/ଉମରକୋଟ:୨୬/୦୯/୨୦୧୯: ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ୱାର୍ଡ ସଭ୍ୟ ଓ ଗ୍ରାମବାସୀ ମାନେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ସୁନାବେଡା ପଞ୍ଚାୟତରେ । ପଞ୍ଚାୟତରେ ପଲ୍ଲୀସଭା, ଗ୍ରାମସଭାରେ ଆସୁଥିବା ଟଙ୍କା କିପରି ଓ କେମିତି ଖର୍ଚ୍ଚ ହେବ ତାହା ୱାର୍ଡ ମେମ୍ବର ମାନଙ୍କୁ ନ ଜଣେଇ ପଞ୍ଚାୟତ ଅଫିସର ନିଜ ମନ ମୁଖି ଶାସନ ଚଲାଇ ଆସୁଥିଲେ । ବାରମ୍ବାର କହିବା ଦ୍ଵାରା ମଧ୍ୟ କିଛି ସୁଫଳ ନ ମିଳିବାରୁ ୱାର୍ଡ ମେମ୍ବର ଓ ଗ୍ରାମବାସୀ ମିଳିତ ଭାବେ ପଞ୍ଚାୟତ କାର୍ଯ୍ୟାଳୟକୁ ୨ଦିନ ହେଲା ତାଲା ପକାଇଥିବା ଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପଞ୍ଚାୟତରେ କାର୍ଯ୍ୟରତ ଅଫିସର ପ୍ରତେକ ଦିନ ମଦ ପିଇ କାର୍ଯ୍ୟାଳୟକୁ ଆସନ୍ତି । ନିଜ ଇଛା ମୁତାବକ କାର୍ଯ୍ୟ କରନ୍ତି ଓ କାହାର କଥା ମଧ୍ୟ ଶୁଣିନଥିବା ଗ୍ରାମବାସୀମାନେ କହିଛନ୍ତି । ଏହି ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଗତ ବର୍ଷ ୪୦ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି କହିଛନ୍ତି । ଚଳିତ ବର୍ଷ ୨୨ ଲକ୍ଷ ଟଙ୍କାର କାର୍ଯ୍ୟ ପ୍ଲାନ୍ ଦିଆଯାଇଛି । ସବୁ ୱାର୍ଡ ସଭ୍ୟ ସରପଂଚ ଓ ଗ୍ରାମସଭାର ଅନୁମୋଦନ କ୍ରମେ କାର୍ଯ୍ୟାଦେଶ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *