November 18, 2025

Sabubarga Khabar

All category news

ପୂର୍ବତନ ମନ୍ତ୍ରୀ ଗଣ୍ଡିବେଡ ବଜାରରେ ଷ୍ଟ୍ରିଟ୍ ଲାଇଟ ଉଦଘାଟିତ କଲେ

ବାଲେଶ୍ବର,୧୮/୧୦–ବାଲେଶ୍ଵର ଜିଲ୍ଲା ଖଇରା ବ୍କକ ଗଣ୍ଡିବେଡ ବଜାରରେ ଗତକାଲି ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଷ୍ଟ୍ରିଟ୍ ଲାଇଟି ଉଦଘାଟନ କରିଛନ୍ତି। ସୂଚନା ଯୋଗ୍ୟ କିଛି ଦିନ ପୂର୍ବରୁ ଗଣ୍ଡିବେଡ ବଜାରରେ ୫ଟି ଷ୍ଟ୍ରିଟ୍ ଲାଇଟି ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହି ନିଜ ବିଧାୟକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଉଦଘାଟିତ କରିଥିଲେ । ହେଲେ ବଜାରରେ କିଛି ସ୍ଥାନରେ ଆଲୋକିକରଣ ହୋଇ ନଥିବାରୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିବାରୁ ଜନସାଧାରଣଙ୍କ ଅନୁରୋଧକୁ ଆଖି ଆଗରେ ରଖି ପୂର୍ବତନ ମନ୍ତ୍ରୀ ଶ୍ରୀ ପଣ୍ଡା ନିଜସ୍ୱ ଅର୍ଥ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଷ୍ଟ୍ରିଟ୍ ଲାଇଟି ଲଗାଇ ନିଜେ ଉଦଘାଟନ୍ କରିଥିଲେ । ଏଥିରେ ଶ୍ରୀ ପଣ୍ଡାଙ୍କ ସମତେତ ଯୁବ ନେତା ବେଣୁମାଧବ ପଣ୍ଡା, ରାଜେଶ କୁମାର ରାଉତ, ଅଭୟ କୁମାର ମହାନ୍ତି, ମଧୁସୂଦନ ଜେନା, ନନ୍ଦୁର ସରପଞ୍ଚ କୁନି ନାୟକ, ବାସନ୍ତୀ ପାଢୀ, ରାମଚନ୍ଦ୍ର ପତି, ବାସନ୍ତୀ ଆଚାର୍ଯ୍ୟ, ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ସମତେ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ–ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.