November 18, 2025

Sabubarga Khabar

All category news

4ର୍ଥ ସି ଆର ପି ଏଫ ବାଟାଲିୟନ ରାୟଗଡା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନ ରାୟଗଡା ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ରାୟଗଡା କଳାହାଣ୍ଡି ସୀମାନ୍ତ ମାଓବାଦୀଙ୍କ ଲାଲଗଡ଼ କୁହାଯାଥିବା ନିୟମ ଗିରି ପାହାଡ଼ ଅଂଚଳରେ ଅବସ୍ତିତ ତ୍ରିଲୋଚନପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ କୁଟିଆ କନ୍ଧଙ୍କ ନିମନ୍ତେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଡ଼ି ଆଇ ଜି କେନ୍ଦ୍ରୀୟ ସୁରକ୍ଷା ବଳ ସମ୍ବଲପୁର ମୁଖ୍ୟାଳୟ ରାୟଗଡା ଉଦଘାଟନ କରିଥିଲେ। ରାୟଗଡା ୪ର୍ଥ ସି ଆର ପି ଏଫ ବାଟାଲିୟନ କୋମାଣ୍ଡେଣ୍ଟ ଯତୀନ୍ଦ୍ର କୁମାର ରାଜପୁତ, ଡାକ୍ତର ଏ କେ ମହାପାତ୍ର ସି ଏମ ଓ (ଏସ ଜି ), ସେକଣ୍ଡ ଇନ କୋମାଣ୍ଡେଣ୍ଟ ସୁଶୀଲ କୁମାର ଠାକୁର, ଆସିଷ୍ଟେଣ୍ଟ କୋମାଣ୍ଡେଣ୍ଟ କୁଲଦୀପ ସିଂ ଉପସ୍ଥିତ ରହିଥିଲେ। ଡାକ୍ତର ସ୍ୱପ୍ନା ନାୟକ, ଡାକ୍ତର ନମଇଁ ଗହୀର, ଡାକ୍ତର ଇନ୍ଦ୍ରା ନାଥନି ବିଶ୍ୱନାଥପୁର ଡାକ୍ତରଖାନାରେ ଡାକ୍ତର ମାନେ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଡାକ୍ତରଙ୍କୁ ପାରା ମେଡିକାଲ ଷ୍ଟାଫ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଜିର ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ତ୍ରିଲୋଚନପୁର ପଂଚାୟତର ଫୁଲଦୁମେରା, ବେଲଗୁଡା, ବେଲଗାର ଓ ତ୍ରିଲୋଚନପୁର ଗ୍ରାମର ପ୍ରାୟ ୨୧୫ଜଣ ବ୍ୟକ୍ତି ନିଜର ଚକ୍ଷୁ ପରୀକ୍ଷା କରିଥିଲେ ଓ ସେମାନଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା। ସି ଆର ପି ଏଫ ଲୋକ ସମ୍ପର୍କ ଅଧିକାରୀ ସରୋଜ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେ ସିଂଗପୁର ଓ ବିଜାପୁର ପୋଲିସ ସାଙ୍ଗକୁ ତ୍ରିଲୋଚନପୁର ଓ ବିଜାରପୁର ସି ଆର ପି ଏଫ ଯବାନମାନେ ଏହି ଶିବିର ଉପରେ କଡା ନଜର ରଖିଥିଲେ। କାଳେ କଣ ଅଘଟଣ ଘଟିବ ସେଥିପାଇଁ ସତର୍କ ରହିଥିଲେ। ଏହି ଅଂଚଳବାସୀଙ୍କ ପାଇଁ ମଧ୍ୟ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି କୋମାଣ୍ଡେଣ୍ଟ ରାଜପୁତ କହିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.