01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆବାସ ଯୋଜନା ଘର ପାଇଁ ସରପଞ୍ଚଙ୍କ ସ୍ବାମୀ ମାଗିଲେ ୨୦ ହଜାର ଟଙ୍କା

ବାଲେଶ୍ବର,୧୨/୧୦–ସରକାର ବାସହୀନ ଲୋକଙ୍କୁ ଆବାସ ଯୋଜନା ମାଧ୍ଯମରେ ଗୃହ ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିଲା ବେଳେ ପ୍ରକୃତ ହିତାଧିକାରୀ ସେଥିରୁ ବାଦ୍ ପଡୁଛନ୍ତି । ଅଯୋଗ୍ୟ ଓ ପକ୍କା ଘର ଥିବା ଲୋକ ଆବାସ ଯୋଜନାରେ ଗୃହ ପାଇବାକୁ ସକ୍ଷମ ହୋଇ ପାରୁଥିବା ବେଳେ ତାଲିକାରେ ନାମ ଥିବା ଯୋଗ୍ଯ ଲୋକମାନେ ମଧ୍ଯ ସେଥିରୁ ବାଦ ପଡୁଥିବାର ଦେଖାଯାଇଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ ଗ୍ରାମରେ । ଏହି ଗ୍ରାମର ଧନେଶ୍ବର ବେହେରା ଜଣେ ଗରିବ ଓ ଆବାସ ଯୋଜନା ଗୃହ ପାଇବା ଯୋଗ୍ଯ ବ୍ଯକ୍ତି ଅଟେ । ଶ୍ରୀ ବେହେରା ଗତ ମହାବାତ୍ୟା ପରଠାରୁ ଘରଟିଏ ପାଇବା ପାଇଁ ଦୌଡୁଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ପାଇବା ପାଇଁ ସକ୍ଷମ ହୋଇ ନାହାନ୍ତି । ତାଲିକାରେ ନାମ ଥିଲେ ବି ପଛ ଲୋକ ପାଉଛନ୍ତି ହେଲେ ଆଗ ଲୋକ ସେଥିରୁ ବାଦ୍ ପଡୁଛନ୍ତି । ଏବାବଦରେ ସରପଞ୍ଚ ସସ୍ମିତା ତିଆଡିଙ୍କ ସହିତ ଧନେଶ୍ବର ବେହେରା ଯିଏକି ଗୃହ ପାଇବା ପାଇଁ ଯୋଗ୍ଯ ଯୋଗାଯୋଗ କରିବାରୁ ସରପଞ୍ଚଙ୍କ ସ୍ବାମୀ ମୋହନ ତିଆଡି କୁହନ୍ତି ତୁ ଆମ ବିଜେଡି ଦଳର ଲୋକ ନୁହେଁ କି ବିଜେଡି ଦଳକୁ ଭୋଟ ଦେଇ ନାହୁଁ, ଯଦି ୨୦ ହଜାର ଟଙ୍କା ଦେବୁ ଘର ପାଇବୁ, ନଦେଲେ ପାଇବୁ ନାହିଁ । ସରପଞ୍ଚଙ୍କ ସ୍ବାମୀଙ୍କ ଭାଇଙ୍କର ପକ୍କା ଘର ଥାଇବି ଘର ପାଇଛନ୍ତି ଓ ଏହି ଗ୍ରାମର ମଧ୍ଯ ପକ୍କଘର ଥିବା ଲୋକବି ଆବାସ ଯୋଜନାରେ ଘର ପାଇଛନ୍ତି ବୋଲି ଏକଥାକୁ ନିଜେ ଧନେଶ୍ୱର ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି । ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ସରପଞ୍ଚ ସ୍ବାମୀଙ୍କ ଏଭଳି ବ୍ଯଵହାର ବାସ୍ତବିକ ନିନ୍ଦନୀୟ ଅଟେ । ଖୋଲାଖୋଲି ଭାବରେ ଘର ଦେବାପାଇଁ ୨୦ ହଜାର ଟଙ୍କା ହିତାଧିକାରୀଙ୍କୁ ମାଗିବା ବିଜେଡି ଦଳପ୍ରତି କେତେ ଲଜ୍ଯାକର କଥା ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତରେ କୋଠାଘର ଥିବା ଲୋକମାନେ ମଧ୍ଯ ଆବାସ ଯୋଜନା ଘର ପାଇଥିବାର ବିଶେଷ ସୂତ୍ରରୁ ଜଣାପଡଛି । ମନ୍ତ୍ରୀ ତ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମସ୍ଯାର ସମାଧାନ କରିପାରୁ ନାହାନ୍ତି ,ସେ ବା କିପରି ଓଡିଶା ବାସୀଙ୍କର ସମସ୍ଯା ସମାଧାନ କରିବେ ଯାହାକି ସର୍ବସାଧାରଣରେ ଆଲୋଚନା ହେଉଛି । ଶ୍ରୀ ବେହେରା ଦୀର୍ଘଦିନ ହେବ ବିଜେଡି ଦଳରେ ଥାଇ ମଧ୍ଯ ପୁଣି ୨୦୧୪ ମସିହାରେ ୫ ଟଙ୍କା ଦେଇ ରସିଦ୍ କାଟି ବିଜେଡି ଦଳରେ ସଦସ୍ଯ ହୋଇଛନ୍ତି । ଯଦି ଘର ନମିଳେ ଦରକାର ପଡିଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ରିପୋର୍ଟ–ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *