01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆନନ୍ଦପୁର ବ୍ଲକ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବୃଦ୍ଧ,ବୃଦ୍ଧା ହଟହଟା ହେଲେ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକରେ ଆୟୋଜିତ ଏକ ଜନଶୁଣାଣୀ କାର୍ଯ୍ୟକ୍ରମରେ ବୃଦ୍ଧ,ବୃଦ୍ଧାଙ୍କୁ ଭତ୍ତା ମିଳିବ କହି ଭୁଆଁ ବୁଲାଇଥିବା ଅଭିଯୋଗ ହୋଇଛି,
      ବ୍ଲକ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହଟହଟା ବୃଦ୍ଧ-ବୃଦ୍ଧା । ଭତ୍ତା ମିଳିବା ଆଶାରେ ଦୂରଦୂରାନ୍ତରରୁ ଆସିଥିବା ବହୁ ଯୋଗ୍ୟ ହିତାଧିକାରୀ ଲଗାଣ ବର୍ଷାରେ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା କେନ୍ଦୁଝରର ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକରେ ଦେଖିବାକୁ ମିଳିଛି । ଘଟଣାଟି , ବୁଧବାର ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅଞ୍ଚଳରେ ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତକର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକୁ ନେଇ ଜନଶୁଣାଣୀ ରହିଥିଲା। ପଞ୍ଚାୟତ ସମିତି ପରିସର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ମିଟିଂ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀ , ଯନ୍ତ୍ରୀ ଓ ବିଡିଓଙ୍କ ସମେତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ। ଏଥିସହ ଭତ୍ତା ପାଇବା ଆଶାରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧା ମଧ୍ୟ ଅପେକ୍ଷା କରିଥିଲେ । କିନ୍ତୁ ପରେ ଭତ୍ତା ମିଳିବ ନାହିଁ କହି ସମସ୍ତଙ୍କୁ ଫେରାଯାଇଥିଲା । ଏ ନେଇ ଦୂରଦୂରାନ୍ତରୁ ଆସିଥିବା ଏହି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ନେଇ ଘଷିପୁରା ବିଡ଼ିଓଙ୍କୁ ପଚାରିବାରୁ ପ୍ରସଙ୍ଗକୁ ଗୋଳମାଳିଆ କରିବାକୁ ଚେଷ୍ଟା କରିଥିଲେ। ଏପଟେ କିନ୍ତୁ ଅଭିଯୋଗ ହୋଇଛି ଯେ, ଉଚ୍ଚ ପଦସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଜନଶୁଣାଣୀରେ ଲୋକଙ୍କ ସଂଖ୍ୟା କମ ଯେପରି ନ ହେବ ସେଥିପାଇଁ ଏଭଳି ଅଭିନବ ପ୍ରୟାସ କରାଯାଇଥିବା ଜାଣିବାକୁ ମିଳିଛି।


ଆନନ୍ଦପୁରରୁ ପ୍ରୀତିରଞ୍ଜନ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *