02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋନାସିକା ଓ ତୃପ୍ତି ସଫାରୀ ପରିଭ୍ରମଣରେ ସାମିଲ ହେଲେ ସାଂବାଦିକ ନରେନ୍ଦ୍ର ପ୍ରସାଦ ବେହେରା

ବାଲେଶ୍ବର,୨୧/୧୨ : ପଚାଶରୁ ଉର୍ଦ୍ଧ୍ଵ ଶିଶୁ ତାଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମେଳରେ ଡିମିରିଆ ପ୍ରକଳ୍ପ ବିଦ୍ୟାଳୟର ଏକ ଅଭିନବ ପରିଭ୍ରମଣ ହୋଇଯାଇଛି ।ଅବସର ବିନୋଦନ ସହ ଶୈକ୍ଷିକ ଓ ସଂସ୍କୃତି ପର୍ଯ୍ୟବେକ୍ଷଣ ଲକ୍ଷ୍ୟରେ ପ୍ରଥମେ କେନ୍ଦୁଝରର ପ୍ରସିଦ୍ଧ ଗୋନାସିକା ଦର୍ଶନ କରିଥିଲେ । ପୁଣ୍ୟ ବୈତରଣୀର ଉତ୍ପତ୍ତି ସ୍ଥଳ ବିଶେଷତଃ ଗୋରୁ ନାକ ପୁଡ଼ାରୁ ବାଲି ଓ ପାଣି ବାହାରିବା, ଗୁପ୍ତ ଗଙ୍ଗା,ମନ୍ଦିର ପରିଦର୍ଶନ ଆଲୋଡନ ସୃଷ୍ଟି କରିଥିଲା।

ତତ୍ପରେ କେନ୍ଦୁଝର ବକ୍ସବାରିଗାଁସ୍ଥ ତୃପ୍ତି ସଫାରୀ ଭ୍ରମଣ ହୋଇଥିଲା । ଓଟ ପକ୍ଷୀ,ଜାତୀୟ ପକ୍ଷୀ ମୟୁର ସହ ଅନେକ ପକ୍ଷୀ,ପଶୁ,ଜୀବଜନ୍ତୁ ଦର୍ଶନ,ଫୁଲ ବଗିଚା,ଘାସ ଗାଲିଚା,ବୃକ୍ଷଲତା,ଅଭିନବ ଦୋଳି,ଜିମ୍ନାସିୟମ ପ୍ରଦର୍ଶନ,ମୂର୍ତ୍ତି ଦର୍ଶନ,ଶିଶୁ କ୍ରୀଡା ଅତ୍ୟନ୍ତ ଉପଭୋଗ୍ୟ ଥିଲା । ପିଲା,ଶିକ୍ଷକ ଓ ଅଭିବାବକଙ୍କ ସହଯୋଗରେ ବଣଭୋଜି ରନ୍ଧନ କରାଯାଇଥିଲା ।ତତ୍ପରେ କାଜୁ ବଗିଚା ମଧ୍ୟରେ ଏକ ସଭା ଅତିଥି ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ମୋହନ କୁମାର ମହାନ୍ତଙ୍କ ଅତିଥି ପରିଚୟ, ବରିଷ୍ଠ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ଓ ଗୋବର୍ଦ୍ଧନ ପାତ୍ରଙ୍କର କାର୍ଯ୍ୟକ୍ରମର ଆଭିମୁଖ୍ୟ,ପରିଭ୍ରମଣ ର ଗୁରୁତ୍ୱ ଅଭିଭାଷଣ ବର୍ଣ୍ଣନା ଶିକ୍ଷୋପଦ୍ଦୀପକଁ ଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତ,କଗନ୍ନାଥ ଭଞ୍ଜ ଓ ଶିକ୍ଷୟିତ୍ରୀ ରୀନାମଣୀ ନାୟକ ପର୍ଯ୍ୟଟନ ସ୍ଥଳୀର ଜିନିଷର ମହତ୍ତ୍ୱ ପ୍ରତିପାଦିତ କରିଥିଲେ ।

ଶିଶୁମାନଙ୍କର ନିଜ ଅନୁଭୂତି କଥନ ଆଗ୍ରହ ଓ ଉଦ୍ଦୀପନାପୂର୍ଣ୍ଣ ଥିଲା ।ଆମନ୍ତ୍ରିତ ଅତିଥି ଉଦୟ ନାଥ ପାତ୍ର, ମନୋଜ ମଞ୍ଜୁଳା ସେନାପତି,ଶକୁନ୍ତଳା ପାତ୍ର ଓ ଉଦୟନାଥ ପ୍ରଧାନଙ୍କର ଶିଶୁଙ୍କୁ ଅମୃତବଚନ ମର୍ମସ୍ପର୍ଶୀ ଥିଲା ।ସଭାପତିଙ୍କର କେନ୍ଦୁଝର ଜିଲ୍ଲାର ଏ ପର୍ଯ୍ୟଟନ ସ୍ଥଳୀ ସମ୍ବନ୍ଧରେ ଆବେଗପୁର୍ଣ୍ଣ ଅଭିଭାଷଣ ସଭିଙ୍କୁ ମନ୍ତମୁଗ୍ଧ କରିଥିଲା । ଶେଷରେ ବିଭୁପ୍ରସାଦ ସେଠୀ ଅତିଥୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରୀତିଭୋଜନ ପାଇଁ ସଭିଙ୍କୁ ଆମନ୍ତ୍ରଣ କରିଥିଲେ । ଭୋଜନ ପରେ ପିଲାଙ୍କ ଦ୍ୱାରା ନୃତ୍ୟ,ସଂଗୀତ ଓ ଅଭିନୟ ପରିବେଷଣ ଚିତ୍ତାକର୍ଷକ ଓ ସ୍ମରଣୀୟ ଥିଲା।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *