05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଧାମୁଣିପଙ୍ଗା ଠାରେ ୧୦ ବର୍ଷ ପରେ ମଧ୍ୟ ଅଧାପନ୍ତରିଆ ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରାୟଗଡା ଜ଼ିଲ୍ଲା :(ପ୍ରତନିଧି ଅମୁଲ୍ୟ ନିଶଙ୍କ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତର ଧାମୁଣିପଙ୍ଗା ଗ୍ରାମରେ ପଞ୍ଚାୟତ ଜରିଆରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ମନେରେଗା ଫୋଣ୍ଡରୁ ୨୦୧୦ ମସିହାରେ ଆରମ୍ଭ କରାଯାଇଥିଲା ।

ହେଲେ ଆଜି ପର୍ଯ୍ୟନ୍ତ ସେହି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଅଧାପନ୍ତରିଆ ହୋଇପଡିରହିଛି | ଧାମୁଣିପଙ୍ଗା ଗ୍ରାମବାସୀ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ ମଧ୍ୟ ଏହାର ତଦନ୍ତ କରିବା ପାଇଁ ଯାଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | ଏହି ରାଜୀଵ ଗାନ୍ଧୀ ସେବାକେନ୍ଦ୍ର ମୋଟ ୫ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି | ଏହି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ମୋଟ ବଜେଟ ୧୦ ଲକ୍ଷ ଟଙ୍କା ଛାତ ଲେବୁଲ ପର୍ଯ୍ୟନ୍ତ ପହଞ୍ଚି ଦଶ ବର୍ଷ ହେଲା ପଡିରହିଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ହେଲେ ଏହାର ତଦନ୍ତ କରିବା ପାଇଁ ସରକାରୀ ପ୍ରଶାସନ ପକ୍ଷରୁ ନା ରାଜନୈତିକ ପକ୍ଷରୁ ଗୁରୁତ୍ୱ ଦିଆଯାଉନଥିବା ଶୁଣିବାକୁ ମିଳୁଛି । ପ୍ରତ୍ୟେକ ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନୁଆଁ ପୁରୁଣା ହୋଇଥିଲେ ମଧ୍ୟ ଧାମୁଣିପଙ୍ଗାର ଏହି ସେବାକେନ୍ଦ୍ର ଦଶ ବର୍ଷ ପରେ ମଧ୍ୟ ଅଧାପନ୍ତରିଆ ହୋଇ ରହିଥିବା ଯୋଙ୍ଗୁ ଜନସାଧାରଣ ଆଶୋନ୍ତୋଷ ପ୍ରକାଶ କରିଛନ୍ତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *