01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ବି ଜେ ଡି ର ସାଙ୍ଗଠନିକ ସଭା ଅନୁଷ୍ଠିତ…

ମାଲକାନଗିରି :ଜିଲ୍ଲାରେ ବି ଜେ ଡି ସଂଗଠନକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସଭାପତି ଶ୍ରୀ ମାନସ ମାଡକାମୀଙ୍କ ସଭାପତିତ୍ବ ଜିଲ୍ଲା ସଦର ମହକୁମାର ଲାଠିଆ ଗୁଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଠାରେ ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା ବ୍ରିଜ ତଳେ ଥିବା ଯୋଗୁଁ ବର୍ଷା ଦିନେ ଲୋକେ ହଇରାଣ ହେଉଛନ୍ତି, ଲୋକଙ୍କର ବିଭିନ୍ନ ସମସ୍ୟା ଆଦି ଆଲୋଚନା କରାଯାଇଥିଲା |ନବରଙ୍ଗପୁର ସାଂସଦ ଏହି ବ୍ରିଜ ବା ରାସ୍ତା କଥା ସଂସଦରେ ଉଠାଇଥିଲେ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାଇଥିଲେ |

ହେଲେ ମନ୍ତ୍ରୀ ତା ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ |ସେହି ସଭାରେ ପୂର୍ବତନ ନଗରପାଳ ଶ୍ରୀମତୀ ରାଜୱନ୍ତ କୌର, କାମରାଜ କବାସୀ, ବାଲିମେଳାର ପୂର୍ବତନ ନଗରପାଳ ଶୁଭେନ୍ଦୁ ପଟନାୟକ ଓ ଅନ୍ୟ ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ |ଜିଲ୍ଲାରେ କିପରି ବି ଜେ ଡି ଦୃଢ଼ ହେବ ତାହା ପାଇଁ ଚେଷ୍ଟା କରିବେ ବୋଲି ସମସ୍ତେ ଶପଥ ନେଇଥିଲେ | ମାଲକାନଗିରି ରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *