05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ଶିକ୍ଷାଧିକାରୀଙ୍କ ସରକାରୀ ବାସଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟଜିଲ୍ଲା: ଜିଲ୍ଲା ଶିକ୍ଷାଧିକାରୀଙ୍କ ସରକାରୀ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମ ହତ୍ୟା ମାମଲାରେ ୨ଜଣକୁ ଗିରଫ କରିଛି ସ୍ବତନ୍ତ୍ର ତଦନ୍ତ ଟିମ। ସୁନାବେଡା ଆଇଆଇସିଙ୍କ ନେତୃତ୍ବରେ ଗଠିତ ତଦନ୍ତ ଟିମ ଗିରଫ କରିଛି।

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥୁବା ଶିକ୍ଷକ ଚିତ୍ତରଂଜନ ପଣ୍ଡା ଜିଲ୍ଲା ଶିକ୍ଷାଧିକାରୀଙ୍କ ସରକାରୀ ବାସ ଭବନରେ ଆତ୍ମ ହତ୍ୟା କରିଥିଲେ ।ଘଟଣା ସ୍ଥଳରୁ ହାତ ଲେଖା ଏକ ସୁଇସାଇଡ ନୋଟ ପୋଲିସ ଜବତ କରିଥିଲା।ମୃତ୍ୟୁ ପାଇଁ କିଛି ଜଣକୁ ଦାୟୀକରି ନାମ ଉଲ୍ଲେଖ ରହିଥିଲା। ଏହାକୁ ନେଇ ପୋଲିସ ଆରମ୍ଭ କରିଥିଲା ଛାନଭୀନ୍। ଡିସେମ୍ବର ୮ ତାରିଖରେ ଘଟଣା ଘଟିଥିବାବେଳେ ଆଜି ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ସେମାନଙ୍କ ଜାମିନ ଖାରଜ ହୋଇଯାଇଥିବାରୁ କୋରାପୁଟ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ପୋଲିସ ସେମାନଙ୍କ ଠାରୁ ୨ଟି ମୋବାଇଲ ଜବତ କରିଛି। ଘଟଣା ଘଟିବାପର ଠାରୁ ସମସ୍ତେ ଫେରାର ହୋଇଯାଇଥିବାବେଳେ ସମୀର ରଞ୍ଜନ ପାତ୍ରକୁ ବିଶାଖାପାଟଣାରୁ ପୋଲିସ ଗିରଫ କରିଛି।ଅନ୍ୟଜଣକୁ କୋରାପୁଟରୁ ଗିରଫ କରିଛି। ମୃତ ଶିକ୍ଷକର ମୋବାଇଲକଲକୁ ପୋଲିସ ଯାଂଚ କରୁଛି।
ଫେରାର ଥିବା ଆସାମୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୁନାବେଡା ଏସଡିପିଓ ସୁନାବେଡା ଥାନାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଚିତ୍ତରଂଜନ ପଣ୍ଡାଙ୍କ ପରିବାର ପକ୍ଷରୁ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଆସୁଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଆଶ୍ବାସନା ଦେଇ ଥିଲେ ପରିବାର ଲୋକଙ୍କୁ।ଆତ୍ମହତ୍ୟା ଘଟଣାରେ ୨ଜଣଙ୍କ ସଂପୃକ୍ତି ଥିବା ପୋଲିସ କହିଛି। ଗିରଫ ୨ଜଣକ ବିରୋଧରେ ଦଫା 306,120B,384,34 ଲଗାଯାଇଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା କହିଛନ୍ତି।
କୋରାପୁଟରୁ ପ୍ରତିନିଧି ଦେବାଶ୍ରୀତ ପଟ୍ଟନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *