02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହାଟଡିହି ବ୍ଲକରେ ଏନ୍ ଆର୍ ଜିଏସ୍ ଦୁର୍ନୀତିକୁ ନେଇ ସାଧାରଣରେ ଚର୍ଚ୍ଚା

ଆନନ୍ଦପୁର: ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ଏବେ ଦୁ଼ର୍ନ୍ନୀତି ର ଗନ୍ତାଘର ପାଲଟିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ପକ୍କା ଘର, ମୋ ପୋଖରୀ, ଲ୍ୟାଣ୍ଡ ଡେଭଲପମେଣ୍ଟ, ଭଳି ଆସୁଥିବା ମନରେଗା ଯୋଜନାରେ ନକଲି ଜବକାର୍ଡ ଧାରୀ ପ୍ରସ୍ତୁତ କରି ଟଙ୍କା ଉଠାଇ ନିଆଯାଇଛି। ସେହି ପଞ୍ଚାୟତରେ ଜିଆରଏସ ନିଜ ଭାଇ ମାନଙ୍କ ନାମରେ ଜବକାର୍ଡ ନମ୍ବର OR-03-009-019-009/750520 ସୁରେଶ ମଳିକ ମାତା-ବଇଦେହୀ ମଳିକ
OR-03-009-019-009/11385 ଅଞ୍ଜନ ମଳିକ ମାତା- ବଇଦେହୀ ମଳିକ ରହିଛି। ପିତା- ମାଗୁଣି ମଳିକ RWSS ରେ ସରକାରୀ କର୍ମଚାରୀ।

ତାଙ୍କ ମୃତ୍ୟୁ ପରେ ସ୍ରୀ – ବଇଦେହୀ ମଳିକ ପେନସନ ପାଉଥିବା ବେଳେ ଦୁଇ ପୁଅଙ୍କ ଜବକାର୍ଡରେ ନାମ ରଖି ବ୍ୟାପକ ଅର୍ଥ ଉଠାଇଛନ୍ତି। ସରକାର ଦେଇଥିବା ଅର୍ଥ ଜିଆରଏସ ନିଜ ପୈତୃକ ଟଙ୍କା ଭାବି ନିଜ ମାଆଙ୍କ ନାମ ଦୁଇ ଭାଇ ମାନଙ୍କ ଜବକାର୍ଡରେ ରଖିଛନ୍ତି । ଏମିତି ବହୁ ଜବକାର୍ଡରେ ଗୋଟିଏ ଆଇଡି ଥିବା ବେଳେ ଗ୍ରାମର ନାମ ଭିନ୍ନ ଭିନ୍ନ ରଖି ଟଙ୍କା ଉଠାଇ ନିଆଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *