01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଜେପି ଓ କଂଗ୍ରେସ ଛାଡି ବିଜେଡି ରେ ବହୁ ନେତାଙ୍କ ଯୋଗଦାନ

ରାୟଗଡା ଜ଼ିଲ୍ଲା: (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଗୁଣପୁର ନିର୍ବାଚନ ମଣ୍ଡଳୀ ରାମନାଗୁଡା ଠାରେ ବିଜେଡିର ମିଶ୍ରଣ ପର୍ବ ,ସତାଧିକ ବିଜେପି କଂଗ୍ରେସ କର୍ମୀ ବିଜେଡି ରେ ଯୋଗଦାନ କରିଛନ୍ତି। ଆଜି ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ରାମନାଗୁଡା ବ୍ଲକ ବିଜୁ କଲ୍ୟାଣ ମଣ୍ଡପ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।ଆୟୋଜିତ ପର୍ବରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂଜତା ମାଣ୍ଡାଙ୍ଗି ଙ୍କ ଶହଶହ କର୍ମୀ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ କୁ ସମର୍ଥନ ଜଣାଇ ବିଜେଡିରେ ମିଶିଥିବା ସେ କହିଛନ୍ତି। ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟବିଜୁକଲ୍ୟାଣ ସ୍ବାସ୍ଥ୍ୟ ବିଭାଗର ଉପଦେଷ୍ଟା ସୁଧୀର ଦାସ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ବିଜେଡିନେତା ନେତା ଗୋଦାବରୀ ରାଉତଙ୍କ ସମେତ ଅନେକ ବରିଷ୍ଠ ନେତ୍ରୁବ୍ରୁନ୍ଦ ଙ୍କ ଉପସ୍ଥିତି ରେ ଯୋଗଦାନ କରିଥିଲେ, ପ୍ରକାଶ ଥାଉକି ସୂଜାତା ମାଣ୍ଡାଙ୍ଗି ପୁର୍ବରୁ ବିଜେଡି ଦଳରେ ଥିଲେ ଓ ଦଳରେ ଅସନ୍ତୋଷ ପ୍ରକାଶ କରି ଗତ ସାଧାରଣ ନିର୍ବାଚନରେ ବିଜେପି ଦଳକୁ ସମର୍ଥନ କରୁଥିଲେ ବର୍ତ୍ତମାନ ପୁଣି ଘର ବାହୁଡି ଥିବାରୁ ଆହୁରି ଗୁଣପୁର ବିଜେଡି ଶକ୍ତିଶାଳୀ ହେବ ବୋଲି କହିଛନ୍ତି। ସେହିପରି ଗୁଡାରି,ପଦ୍ମପୁର କଂଗ୍ରେସ ଦଳ ରୁ ମଧ୍ୟ ବିଜେଡି ରେ ଯୋଗଦେଇଥିଲେ। ବିଜେଡି ବ୍ଳକ ସଭାପତି ବିଜୟ ମାଣ୍ଡାଗିଂ ,ବିଜେଡି ଗୁଣୁପୁର ନିବାଚନ ମଣ୍ଡଳୀ ର ଯୁବ ସଭାପତି କମଳ ମୁଟିକା, ଯୁବ ନେତା ଅମିତ ମହାରଣା ,ରଞ୍ଜନ ନାୟକ ବେହେରା ,ନବୀନ ଚଦ୍ର ନାୟକ ବେହେରା ,ଏକ୍ସ ଜିଲ୍ଲା ପରିଷଦ ସଭ୍ୟ ଦାମ କୈବତ୍ତ ,ବ୍ଳକ ଅଧ୍ୟକ୍ଷା ରଜନୀ ମାଣ୍ଡାଗିଂ ,ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା, ଓ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *