04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚଇତି ୨୦୧୯ର କ୍ରୀଡା ମହୋତ୍ସବ ଗଣ ଦୌଡ଼ରୁ ଶୁଭାରମ୍ଭ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ର ଗଣ ପର୍ବ ଚଇତି 2019ନିମନ୍ତେ ଚଇତି କ୍ରୀଡା ମହୋତ୍ସବ ଆଜି ଗଣ ଦୌଡ଼ ଉଭୟ ପୁରୁଷ ଓ ମହିଳା ଙ୍କ ଠାରୁ ଆରମ୍ଭ ହୋଇଛି ଏହି ଗଣ ଦୌଡ଼ ରାୟଗଡା ସହର ର କୋରାପୁଟ ଛକ ରୁ ଆରମ୍ଭ ହୋଇ ଦୀର୍ଘ 8କିଲୋମିଟର ରାସ୍ତା ପର୍ଯ୍ୟନ୍ତ ହୋଇଥିଲା ଏହି ଗଣ ଦୌଡ଼ ରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ବହୁ ବୁଦ୍ଧି ଯିବି ବହୁ ଅନୁଷ୍ଠାନ ର କର୍ମକର୍ତ୍ତା ସରକାରୀ କର୍ମଚାରୀ ଭାଗ ନେଇଥିଲେ ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ନିମନ୍ତେ ପୋଲିସ ଓ ସି ଆର ପି ଏଫ ପକ୍ଷରୁ ଏହି ରାସ୍ତାରେ ଯବାନ ମୁତୟନ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଡାକ୍ତର ଦଳ ସହିତ ଏକ ଆମ୍ବୁଲାନ୍ସ ମଧ୍ୟ୍ୟ ମୁତୟନ ହୋଇଥିଲା ଏହାକୁ ସି ଆର ପି ଏଫ ର ଲୋକସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ ରାୟଗଡା ଜ଼ିଲ୍ଲା ପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଜ଼ିଲ୍ଲା ଆରକ୍ଷୀ ଅଧକ୍ଷ ପୋଲିସ ଡାକ୍ତର ଶର୍ବାଣ ବିବେକ ଏମ ଜ଼ିଲ୍ଲା ସାଂସ୍କୃତିକ ପରିଷଦ ସଂଯୋଜକ ଡାକ୍ତର ଦୁଷ୍ମନ୍ତ ମହାନ୍ତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କ୍ରୀଡା କାର୍ଯ୍ୟକ୍ରମ ଆସନ୍ତା 24.12.2019 ପର୍ଯ୍ୟନ୍ତ ଚାଲୁ ରହିବ ପୁରୁଷ ଓ ମହିଳା 60ବର୍ଷ ରୁ ଉର୍ଦ୍ଧ ଙ୍କ ନିମନ୍ତେ ଚାଲିବା ପ୍ରତିଯୋଗିତା 18.12, ମହିଳା35ବର୍ଷ ରୁ ଉର୍ଦ୍ଧ ଙ୍କନିମନ୍ତେ କବାଡି ପ୍ରତିଯୋଗିତା18.12, ବ୍ୟାଡମିନ୍ଟନ ବାଳକ ବାଳିକା ପୁରୁଷ ମହିଳା ଙ୍କ ନିମନ୍ତେ 18.12ରୁ 21.12ପର୍ଯ୍ୟନ୍ତ, ବାଳିକା ଙ୍କ ନିମନ୍ତେ ମନ୍ଥର ସାଇକେଲ ପ୍ରତିଯୋଗିତା, ଦିବ୍ୟାଙ୍ଗ ଙ୍କ ନିମନ୍ତେ ଟ୍ରାଇ ସାଇକେଲ ପ୍ରତିଯୋଗିତା କେବଳ ପୁରୁଷ ଓ ତୀରନ୍ଦାଜ ପ୍ରତିଯୋଗିତା ଉଭୟ ବାଳକ ବାଳିକା ଙ୍କ ନିମନ୍ତେ 19.12, କବାଡି ବାଳକ ବାଳିକା ଭଲି ବଲ ପୁରୁଷ ଙ୍କ ପାଇଁ 20.12ରୁ 21.12ପର୍ଯ୍ୟନ୍ତ ବାସ୍କେଟ ବଲ ଉଭୟ ବାଳକ ବାଳିକା 21.12ରୁ 22.12ପର୍ଯ୍ୟନ୍ତ, କ୍ରିକେଟ ପୁରୁଷ ପ୍ରେସ ମେମ୍ବର ସି ଆର ପି ଏଫ ଜ଼ିଲ୍ଲା ପୋଲିସ ଓ ଜ଼ିଲ୍ଲା ପ୍ରସାଶନ ମଧ୍ୟରେ 23.12 ରୁ 24.12ପର୍ଯ୍ୟନ୍ତ ପୱାର ଲିଫଟିଙ୍ଗ ବେଈଟ ଲିଫଟିଙ୍ଗ ବିଡ଼ି ବିଲ୍ଡିଂଗି 23.12, ଦୌଡ଼ି ଝିଙ୍କା ପ୍ରତିଯୋଗିତା ସିଭିଲ ସୋସାଇଟି ପ୍ରେସ ବାର ସଭ୍ୟ ସରକାରୀ କର୍ମଚାରୀ ଙ୍କ ମଧ୍ୟରେ 24.12ରେ ଅନୁଷ୍ଠିତ ହେବା ର କାର୍ଯ୍ୟକ୍ରମ ରହିଛି ବୋଲି ଜ଼ିଲ୍ଲା ପାଳ ତଥା ଜ଼ିଲ୍ଲା ସଂସ୍କତିକ ପରିଷଦ ଅଧକ୍ଷ ଶ୍ରୀ ପ୍ରମୋଦ କୁମାର ବେହେରା ଜଣାଇଛନ୍ତି ଏହି କ୍ରୀଡା ଉତ୍ସବ ରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ନିମନ୍ତେ ଅନୁରୋଧ କରିଛନ୍ତି ଓ ତାହା ସହିତ ଆସନ୍ତା 26.12ରୁ ଆରମ୍ଭ ହୋଇ 30.12 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚଇତି 2019ଓ ପଲିଶ୍ରୀ ମେଳା କୁ ସାଫଲ୍ୟ କରିବା ନିମନ୍ତେ ନିବେଦନ କରିଛନ୍ତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *