02/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଛେଳିଆ ମାଝି ହତ୍ୟା ମାମଲା ରାୟ ପ୍ରକାଶ,୯ଜଣଙ୍କୁ ଆଜୀବନ ଜେଲ୍

ରାୟଗଡ଼ା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଦୁଇ ବର୍ଷ ପରେ ଆସିଲା ରାୟଗଡ଼ାର ବହୁଚର୍ଚ୍ଚିତ ଛେଳିଆ ମାଝି ହତ୍ୟା ମାମଲାର ରାୟ। ସୋମବାର ରାୟଗଡା ଜିଲ୍ଲା ଦୌରା ଜଜ୍‌ ସୋମଶେଖର ଜେନା ଏହି ମାମଲାର ଶୁଣାଣି କରି ୯ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି। ଦୋଷୀମାନେ ହେଲେ ବାଲି ମାଝି, ସନ୍ତାଷ ମାଝି, ପତିଡି ମାଝି, ନରୀ ମାଝି, କୁଶ ମାଝି, କୃର୍ଷ୍ଣ ମାଝି, ସଦା ମାଝି, ସାଲୁମାଝି ଓ କବି ମାଝି।
୨୦୧୭ର ଘଟଣା। ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ପୋଡାକଣା ଗାଁର ଛେଳିଆ ମାଝିଙ୍କ ଘରକୁ ଆସିଥିଲେ।

୨୩ ବର୍ଷିଆ ଛେଳିଆ ମାଝିଙ୍କ ବିଷୟରେ ତାଙ୍କ ମା’ ପାଞ୍ଚାଳୀ ଓ ଭାଇ ରାଜୁଙ୍କୁ ଦୁର୍ବୃତ୍ତ ପଚାରିଥିଲେ। ଏହାପରେ ମା’ ପୁଅଙ୍କୁ ପ୍ରବଳ ମାଡ଼ ମାରି ଛେଳିଆଙ୍କୁ ଘର ଭିତରରୁ ଭିଡି ସ୍ଥାନୀୟ କଡିଗରଡା ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଛେଳିଆଙ୍କ ଗଣ୍ଡି ଠାରୁ ମଣ୍ଡୁକୁ ଅଲଗା କରି ଦେଇଥିଲେ। ଏହି ଘଟଣା ୨୦୧୭ ମସିହା ଡିସେମ୍ବର ୫ ତାରିଖ ଦିନ ପଦାକୁ ଆସିଥିଲା। ଏ ନେଇ ପାଞ୍ଚାଳୀ ଟିକିରି ଥାନାରେ ଏତଲା ଦେଇଥିଲେ।

ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଅଭିଯକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଉକ୍ତ ହତ୍ୟାକାଣ୍ଡ ଜମିଜମା ବିବାଦ ଓ ଗୁଣିଗାରେଡି ସନ୍ଦେହରୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିବା ପରେ ତଦନ୍ତ କରାଯାଇଥିଲା। ଶେଷରେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ମୋଟ ୧୨ ଜଣଙ୍କ ମଧ୍ୟରୁ ତିନି ଜଣ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠା ଯାଇଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *