07/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କେନ୍ଦୁଝର: ଜିଲ୍ଲାପାଳଙ୍କ କୋର୍ଟରେ ଆଜି ୩ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇ ଥିବାବେଳେ ସମସ୍ତ ଖଣି ଲିଜଧାରୀ ହାଜର ହୋଇଛନ୍ତି। ସୁପ୍ରିମକୋର୍ଟର ନିର୍ଦେଶନୁଯାୟୀ ଜୋରିମାନା ଦେଇ ନଥିବା ୩୧ ଟି ଖଣିର ୨୩ ଜଣ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । ଯାହାକୁ ନେଇ ଖଣି କମ୍ପାନୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ ହୋଇଥିଲା ।
କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର ୨୩ ଲିଜଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇସାରିଛି । ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ ୨୦୧୮ ମେ ୨୪ରେ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଖଣି ଲିଜଧାରୀ ପକ୍ଷ ରଖିବାରେ ଖିଲାପ କଲେ ଓପିଡ଼ିଆର ଆକ୍ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇତି ମଧ୍ୟରେ କେତେକ ଖଣି ଲିଜଧାରୀ ୭୧୦ କୋଟି ଟଙ୍କା କୋର୍ଟରେ ଜମା କରି ସାରିଲେଣି । ତେବେ କୋର୍ଟ ଆଜି ଶୁଣାଣି କରି ୩ ଖଣି ମାଲିକଙ୍କ କେସର ଶୁଣାଣି ଚୂଡାନ୍ତ କରିଛି ।

ଶୁଣାଣି ଚୂଡାନ୍ତ ହୋଇଥିବା ଖଣି ଗୁଡିକ ହେଲା ଏଚଜି ପାଣ୍ଡିଆ, ବିପିଏମଇ ଓ ଏସସିପାଢୀ । ଏଚଜି ପାଣ୍ଡିଆ ଏବଂ ଅନ୍ୟମାନଙ୍କର ୯୨ କୋଟି ୬୬ ଲକ୍ଷ ୨୧ ହଜାର ୪୮୩ , ବିପିଏମଇର ୨୪୧ କୋଟି, ଏସସି ପାଢୀର ୨୮ କୋଟି ୪୫ ଲକ୍ଷ ୯୫ ହଜାର ୮୬୬ ଟଙ୍କା ବକେୟା ରହିଛି । ଏହି ଲିଜଧାରୀ ଜୋରିମାନା ଦାଖଲ ନକରିବାରୁ ଏହି ୩ଟି ଖଣିର ଲିଜଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *