11/13/2025

Sabubarga Khabar

All category news

ଯୋଗଗୁରୁଙ୍କ ସମ୍ବର୍ଦ୍ଧନା ସଭାରେ ବାଲେଶ୍ବର ସାମ୍ବାଦିକ ଓ ସମାଜସେବୀ

ବାଲେଶ୍ବର,୧୧/୧୨/- (ସଖପ୍ର)କେନ୍ଦୁଝର ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତେଲକୋଇର ବିଦ୍ୟାଭାରତୀ ସଂସ୍କୃତି ସଂସ୍ଥାନ ସଂସ୍କୃତି ଭବନ କୁରୁକ୍ଷେତ୍ର ଦ୍ୱାରା ଆୟୋଜିତ କାର୍ଯ୍ୟଶାଳା “ଯୋଗ ଏବଂ ସୁସ୍ଥ ସମାଜ ଜୀବନ” ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଚାଳନା ସମିତି ସଭାପତି ହଟକିଶୋର ସାହୁ ସଭାପତିତ୍ୱ କରିଥିବା ବେଳେ ନିର୍ମଳ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଖଗେଶ୍ୱର ମହାନ୍ତ,ଶିକ୍ଷାବିତ୍ ଓ ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି, ସଂସ୍କୃତ ବିଶାରଦ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଦିଵସ ଓ ଯୋଗର ଉପକାରୀତା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥୀ ଯୋଗଗୁରୁଙ୍କ ଦ୍ୱାରା ଯୋଗ ହିଁ ଜୀବନ ଅମୁଲ୍ୟ ବିନ୍ଦୁ ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା ସହ ଅନ୍ୟୁନ ୪୫୦ରୁ ଉର୍ଦ୍ଧ୍ଵ ଶିଶୁ ଓ ୨୦ଜଣ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ବିଭିନ୍ନ ଯୋଗାସନ,ପ୍ରାଣାୟମ, ଯୋଗାସନ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ତାର ଗୁରୁତ୍ୱ ଆରୋପ ମୁଖ୍ୟ ଆକର୍ଷଣ ଥିଲା । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ଯୋଗ ଶିବିରରେ ଉପସ୍ଥିତ ଓ ଗ୍ରୁରୁତ୍ବ ଜ୍ଞାତ କରାଇ ସେବା ଦେଉଥିବା ପାଇଁ ତେଲକୋଇ ବ୍ଲକ୍ କଲୋନୀ ସରକାରୀ ବିଦ୍ୟାଳୟରେ କୃତି ଶିକ୍ଷକ ନିର୍ମଳ କୁମାର ମହାନ୍ତଙ୍କୁ ସମ୍ମାନ ସ୍ୱରୂପ ଯୋଗଗୁରୁ ସଂସ୍କୃତି ସମ୍ବର୍ଦ୍ଧନା ଅତିଥି ଅଧିକାରୀଙ୍କ ଦ୍ୱାରା କରାଯାଇଥିଲା ।ଏହି ସଭାକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ସାହୁ ପରିଚାଳନା କରିଥିଲେ । ଅନୁଷ୍ଠାନ ତରଫରୁ ନିମନ୍ତ୍ରଣ ପାଇ ବାଲେଶ୍ବର ସାମ୍ବାଦିକ ତଥା ସମାଜସେବୀ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଉକ୍ତ ସଭାରେ ଯୋଗ ଦ୍ବାରା ମନୁଷ୍ୟକୁ କି ପ୍ରକାର ଉପକାର ମିଳିଥାଏ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ମୋହନ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *