ସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷାମଣ୍ଡଳ ଅଧିକାରୀଙ୍କ ମନମାନି
ରସୁଲପୁର ୧୩/୧୨ :(ସଖପ୍ର) ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମ ପଞ୍ଚାଯତ ର ହାଟସାହି କରଜଙ୍ଗା ନୋଡାଲ ଉପ୍ରା ବିଦ୍ୟାଳୟ ପରିସର ମଧ୍ୟରୁ ଏକ ବିରାଟ ମୂଲ୍ୟବାନ ଗଛ କଟାଜାଇଛି ଏ ଦିଗରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାରାୟଣ ସାହୁ ଙ୍କ କୌଣସି ଆଇନଗତ ଅନୁମତି ନଥାଇବି ସେ ସ୍ଥାନୀୟ ଅଞ୍ଚଳ ର କେହିଜଣଙ୍କୁ ହାତ କରି ଗଛ କଟିଥିବାର ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାୟୀ ବିଦ୍ୟାଳୟ ହତା ଭିତରେ ଢାଉରଙ୍ଗର ବିଶାଳ କାୟ ଗଛ ରହିଥିଲା ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ ହେବବୋଲି ଆକଳନ କରାଯାଇଛି |
ଚଳିତ ମାସ ୩ ତାରିଖରେ ରେ ପ୍ରଧାନ ଶିକ୍ଷକ କାଠ ମଫିଆଙ୍କୁ ଡାକିଆଣୀ ଏକ ଡ୍ରୋଜର ସହାୟତାରେ ଗଛଟିକୁ ହଟାଇ ଦେଇଛନ୍ତି ଏହା ଜାଣି ହାଟସାହି,କରଜଙ୍ଗା,ଦିଆଲଖଣ୍ଡି,ରାଜେନ୍ଦ୍ରପୁର,ଏବଂ ଗଙ୍ଗାଧରପୁର ଆଦି ଗ୍ରାମର ଲୋକେ କଟକ ବନାଞ୍ଚଳ ଡ଼ିଭିଜନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି | ଏ ଦିଗରେ ଥିବା ନିୟମାନୁଯାୟୀ ଯେ କୌଣସି ବ୍ୟକ୍ତି ନିଜସ୍ଵ ଜମିହଉ ଅବା ସରକାରୀ ସ୍ଥାନରୁ ଗଛ କାଟିବାକୁ ହେଲେ ବିଭାଗୀୟ ଅଧିକାରୀ ନିକଟରୁ ଅନୁମତି ପତ୍ର ଆଣିବା ନଚେତ ଏହା ଯଦି ପଞ୍ଚାଯତ ନିଲାମ ଜମିରେ ଅବସ୍ଥିତ ଥିବ ତେବେ ପଞ୍ଚାଯତ ନିଲାମ ଦବାସହ ଗଛ କାଟିବାର କାରଣ ଦର୍ଶାଇ ଗଛ କାଟିବା ପାଇଁ ଅନୁମତି ଦେଇପାରିବେ | ହେଲେ ଏଠାରେ ସେଭଳି କିଛି ହୋଇନାହିଁ ପ୍ରଧାନଶିକ୍ଷକ ଶ୍ରୀ ସାହୁ ବିଦ୍ୟାଳୟ ପରିଚାଳନା କମିଟିକୁ ସର୍ବେସର୍ବା ଭାବି ସେମାନଙ୍କ ଅନୁମତିରେ ଗଛ କାଟିଦେବାକୁ ନିସ୍ପତି ନେଇ ଆଇନକୁ ହାତକୁ ନେଇଛନ୍ତି| ଏହା ଛଡା ବିଦ୍ୟାଳୟ ପରିସରରେ ଗଛ ଲଗାଇବା ପାଇଁ ସରକାର ନିୟମ କରିଛନ୍ତି |
ଇକୋ କ୍ଲବ ପକ୍ଷରୁ ବୃକ୍ଷରୋପଣ କରି ବିଦ୍ୟାଳୟକୁ ସବୁଜ ବନାନରେ ପରିଣତ କରୁଥିବା ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଉଛି । ଏଠାରେ ପ୍ରଧାନ ଶିକ୍ଷକ ଗଛଲଗେଇବାକୁ ଗୁରୁତ୍ଵ ନଦେଇ କଞ୍ଚାଗଛ କାଟିକି ପୁରସ୍କାରକୁ ହାତେଇବାକୁ ଲକ୍ଷ ରଖିଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି |ଗଛଟିଏକୁ ଜୀବନଟିଏ ବୋଲି ବିବେଚନା କରାଯାଉଥିବା ବେଳେ ପ୍ରଧାନଶିକ୍ଷକ ଏକ ଜୀବ ହତ୍ୟା କରିଛନ୍ତି ବୋଲି ମତ ରଖିଛନ୍ତି | ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବେଆଇନ ଭାବରେ କଟାଯାଇଥିବା ଗଛର କାଠକୁ ଜବତ କରିବାକୁ ଦାବି ହେଉଛି | ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରିଚାଳନା କମିଟିର ଅନୁମତି ନେଇ ଗଛ କାଟିବାକୁ ଅନୁମତି ଦେଇଛନ୍ତି ବୋଲି ସ୍ଵୀକାର କରିଛନ୍ତି । ଏହାବାଦ ଏହି ପଞ୍ଚାୟତରେ ଆହୁରି ଅନେକ ସ୍ଥାନରୁ ଗଛ କଟାଜାଇଛି | ସେ ସମ୍ପର୍କରେ ଅଭିଯୋଗ ହଉଛି ନା କେବଳ ବିଦ୍ୟାଳୟରୁ ଗଛ କଟା ହେଲେ ହେଉଛି ବୋଲି ପାଲଟା ପ୍ରଶ୍ନ କରିଥିଲେ | ଏହି ପଞ୍ଚାୟତରେ ଅବାଧରେ ଗଛ କଟା ଚାଲିଛି ବୋଲି ପ୍ରଧାନଶିକ୍ଷକଙ୍କ ମତରୁ ବୁଝାପଡୁଛି | ତେବେ ଏ ଦିଗରେ ବିଭାଗୀୟ ଅଧିକାରୀ ନୀରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି |