ମରଣଯନ୍ତା ପାଲଟିଛି ରଙ୍ଗହୀନ ହମ୍ପସ୍
ବାଲେଶ୍ବର,୧୧/୧୨–ବାଲେଶ୍ବର ଜିଲ୍ଲା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ପ୍ରାୟ ୨୯ କିଲୋମିଟର ଏହି ରାସ୍ତାରେ ମାଳମାଳ ରଙ୍ଗହୀନ ହମ୍ପସ୍ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ରାସ୍ତାଟି ଯୋଗାଯୋଗର ସହାୟ ହୋଇଥାଏ ।
ଦୈନିକ ଶହଶହ ଜଣାଅଜଣା ବିଭିନ୍ନ ଯାନବାହନରେ ଯାତାୟାତ କରିଥାନ୍ତି । ଅନେକ ସମୟରେ ଏହି ରଙ୍ଗହୀନ ହମ୍ପସ୍ ପାଇଁ ମୃତ୍ୟୁ ଭଳି ମହାବିପଦକୁ ସାମ୍ନାକରି ଜୀବନହାନୀ ହେବାର ନଜିର ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ପକ୍ଷେ ଦୃତ ଗାଡିଚାଳକ ମାନଙ୍କ ପାଇଁ ସହାୟ ହୋଇଥିବା ବେଳେ ଅନ୍ଯ ପକ୍ଷରେ ରଙ୍ଗହୀନ ହମ୍ପସ୍ ଜନସାଧାରଣଙ୍କ ଜୀବନହାନୀର କାରଣ ସାଜିଛି । ପ୍ରକାଶ ଥାଉକି ବର୍ତ୍ତମାନର ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ ଏବଂ ବିଭାଗୀୟ ଅଧିକାରୀ କେତେକ କାରଣ ପାଇଁ ନିଜେ ଠିଆହୋଇ ହମ୍ପସ୍ ନିର୍ମାଣ କରାଇଥିଲେ । ବର୍ତ୍ତମାନ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି ସରକାରଙ୍କର କେଉଁ ଆଦେଶ ବଳରେ ହମ୍ପସ୍ ନିର ହୋଇଛି ? ଏବାବଦରେ ତହସିଲଦାର ଶ୍ରୀ ସାହୁ ଏବଂ ବିଭାଗୀୟ ଅଧିକାରୀଙ୍କୁ ହମ୍ପସରେ ରଙ୍ଗଦେବା ବାବଦରେ ଯୋଗାଯୋଗ କରିଥିଲେ ମଧ୍ଯ ମିଥ୍ଯା ଭାଷଣବାଜି ମାରୁଛନ୍ତି । ରଙ୍ଗ ଦିଆଯାଉ ନଚେତ୍ ହମ୍ପସ୍ ଉଠାଯାଉ ବୋଲି ଜନସାଧାରଣ ଦାବି କଲେଣି । ଯଦି ଆଗାମୀ ଦିନରେ ଏବାବଦରେ କୌଣସି ପଦକ୍ଷେପ ନିଆନଯାଏ ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରାଯିବାନେଇ ଜନସାଧାରଣ ସଜବାଜ ହେଉଛନ୍ତି ବୋଲି କେତେଜଣ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ମୋହଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହୋଇଛି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ