03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରା ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବାଲେଶ୍ବର,୧୦/୧୨–ଗତକାଲି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ସରିସରରେ ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅନୁପସ୍ଥିତ ରହିଥିବା ବେଳେ ଏସ୍ ପି ବି ଯୁଗଳ କିଶୋର ମାତ୍ର ଅଧ ଘଣ୍ଟାଏ ପାଇଁ ଶିବିରରେ ଉପସ୍ଥିତ ରହିଥିଲେ । ଭାରପ୍ରାପ୍ତ ଜିଲ୍ଲାପାଳ ସମ୍ବିତ ନାୟକ,ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବାଲାଜୀ ପ୍ରସାଦ ଛୋଟରାୟ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ନିତ୍ଯନନ୍ଦ ଦାସ,ବିଡ଼ିଓ ମହେଶ ଚୈଧୁରୀ ପ୍ରମୁଖ ଯୋଗ ଦେଇ ୧୧୬ଟି ଅଭିଯୋଗ ଶୁଣାଣି କରିଥିଲେ ।

ଗାଡିଚାଳକଙ୍କୁ ଲାଇସେନ୍ସ ଓ ଫିଟନେସ ତଥା ଅନ୍ଯାନ ପ୍ରମାଣ ପତ୍ର ସୁବିଧାରେ ଯୋଗାଇ ଦେବାକୁ ଖଇରାରେ ପରିବହନ ବିଭାଗ ତରଫରୁ ଅତିରିକ୍ତ କାଉଣ୍ଟର ଖୋଲିବାକୁ ଖଇରା ଜନଜାଗରଣ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ ନେତୃତ୍ବରେ ଏକ ଟିମ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ସେହିପରି ନିକଟରେ ରେମୁଣା ଥାନାକୁ ଆଇଆଇସି ଲୋପାମୁଦ୍ରା ନାୟକଙ୍କର ବଦଳି ବାତିଲ ପାଇଁ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଓ ବିଭିନ୍ନ ଦଳରନେତୃବୃନ୍ଦ ଏସପିଙ୍କ ନିକଟରେ ଦୃଢ ଦାବି କରିଥିଲେ । ସେହିପରି ସେପ୍ଟେମ୍ବର ମାସରୁ ବଦଳି ହୋଇଥିବା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ହିସାବ ରକ୍ଷକ ଅନିରୁଦ୍ଧ ପଣ୍ଡା ଦାୟିତ୍ବ ହସ୍ତାନ୍ତର କରୁନଥିବା ନେଇ କିଛି ଲୋକ ପ୍ରତିନିଧି ସିଡିଏମଓଙ୍କୁ ଜଣାଇ ଥିଲାବେଳେ ଏହାର ତଦନ୍ତ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମଙ୍କୁ ଦାୟିତ୍ୱ ଦେଇଥିଲେ । ଖଇରା ବଜାର ଆଳଦା ମୌଜାର ଶ୍ମଶାନ ଓ ସରକାରୀ ପାଣି ନାଳକୁ କିଛି ବ୍ଯକ୍ତି ଜବରଦଖଲ କରି ରଖିଥିବାରୁ ବାରମ୍ବାରଦାବି ସତ୍ତ୍ବେ ଏହାଉପରେ ଖଇରା ତହସିଲଦାର କୈଣସି କାର୍ଯ୍ଯାନୁଷ୍ଠାନ ପାଇଁ ରାଜସ୍ୱ ବିଭାଗ ଅଧିକାରୀ ମାନେ ଗୁରୁତ୍ୱ ଦେଉନଥିବା ନେଇ ଆଳଦା ଗ୍ରାମର ପଦ୍ମଲୋଚନ ଦାସ ଅଭିଯୋଗ କରିଥିଲେ ।

୨ବର୍ଷ ନପୁରୁଣୁ ଅଚ୍ଯୁତପୁର- ଡଗରପଡା ପ୍ରଧାନମନ୍ତ୍ରୀ ରାସ୍ତାରେ ଗର୍ତ୍ତ ହୋଇ ଯାଇଥିବାରୁ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ । ୫ବର୍ଷ ମଧ୍ୟରେ ୮ରୁ ଅଧିକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଥିବା ବେଳେ ୧୦ପ୍ରତିଶତ ଲୋକଙ୍କୁ ବି ଏହାର ଫାଇଦା ମିଳୁନଥିବା ନେଇ ଶିକ୍ଷାବିତ ଉମେଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ବ୍ଯକ୍ତି ଅଭିଯୋଗ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *