12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାଫଲୀମାଳି ଖଣି ଅଂଚଳରେ ପରିବେଶ ଓ ଖଣିଜ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଆଂଚଳିକ ପରିବେଶ ଓ ଖଣିଜ ସ୍ୱତନ୍ତ୍ରତା କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଖଣି ଅଂଚଳରେ ପାଳିତ ହୋଇଥିଲା.ସାଇଣ୍ଟିଷ୍ଥି ଆଣ୍ଡ ଟେକ୍ନୋଲୋଜି ଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା.ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ପରିବେଶ ସମ୍ବଧୀୟ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ସଚେତନ ହୋଇଥିଲେ.

କାଶୀପୁର ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗନେବାସହ ବକ୍ସାଇଟ ଖଣି ବୁଲିବାର ସୁଯୋଗ ପାଇଥିଲେ .ପରିବେଶର ସୁରକ୍ଷା.ଖଣିଜ ପଦାର୍ଥର ଉତ୍ତୋଳନ ଓ ଅର୍ଥନୈତିକ ପ୍ରଭାବ ବିଷୟରେ ରଚନା ଓ ସାଧାରଣ ଜ୍ଞାନର ପ୍ରତିଯୋଗିତା ହୋଇଥିଲା .କମ୍ପାନୀର ମୁଖ୍ୟ ସଭାପତି ଶ୍ରୀ-ଏନ ନାଗେଶ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସୋସାଇଟି ଅଫ ଜିଓ ସାଇଣ୍ଟିଷ୍ତ ଆଣ୍ଡ ଏଲାଏଡ ଟେକ୍ନୋଲୋଜିଷ୍ଟଙ୍କର ପ୍ରଶଂସାକରିବାସହିତ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶର ସଚେତନତା ବୃଦ୍ଧି ପାଇପାରିବ ବୋଲି ପ୍ରକାଶ କରିଥିଲେ.

ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ ବ୍ୟୁରୋ ଅଫ ମାଇନିଂସର ପୂର୍ବତନ ନିୟନତ୍ରକ ଏ.ବି.ପାଣିଗ୍ରାହୀ.ଅଧକ୍ଷତା କରିଥିବାବେଳେ କମ୍ପାନୀର ଖଣିଜ ବିଭାଗର ମହାପ୍ରବନ୍ଧକ ଶ୍ରୀଯୁକ୍ତ ମୁକେଶ ଝା ଓ ତାଙ୍କର ପୁରାଟିମ ଉପସ୍ଥିତରହି ଉକ୍ତ କାର୍ଯ୍ୟକ୍ରମ ତଦାରଖ କରିବା ସହିତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ.

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *