ସେବାଶ୍ରମରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ନାବାଳିକା ଛାତ୍ରୀକୁ କରୁଥିଲେ ଯୌନଶୋଷଣ
ଜୟପୁର: ଜୟପୁର ସହର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମରେ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି।ଅଭିଯୁକ୍ତକୁ ଚିହ୍ନଟ କରିବାକୁ ପ୍ରୟାସ କରି ଶେଷରେ ପୋଲିସ ସଫଳ ହୋଇଛି।ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ସେବାଶ୍ରମରେ ରହି ଏଭଳି କାଣ୍ଡ କରିଥିବା ପୋଲିସ ପ୍ରକାଶ କରିଛି। ଛାତ୍ରୀଜଣକ ଗତ ତିନିମାସ ହେଲାସାନିଟାରୀ ନାପକିନ ନେଉ ନଥିବାରୁ ସେବାଶ୍ରମ କର୍ତ୍ତୃପକ୍ଷ ସେବାଶ୍ରମ ରେଜିଷ୍ଟରରୁ ଜାଣିବାକୁ ପାଇଥିଲେ।ପରେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନେବାରୁ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣା ପଡିଥିଲା। ପରେ ପ୍ରଶାସନ ତରଫରୁ ଜୟପୁର ସଦରଥାନାରେ ଏତଲା ଦିଆଯାଇଥିଲା। ପୋଲିସର ତଦନ୍ତ ସମୟରେ ଛାତ୍ରୀ ଜଣଙ୍କ କଥାରେ ତାଳମେଳ ନ ଖାଇବାରୁ ପୋଲିସର ସନ୍ଦେହ ବଢି ଚାଲିଲା। ଶେଷରେ ପୋଲିସ ଜାଣିବାକୁ ପାଇଲା ସେବାଶ୍ରମର ଶିକ୍ଷୟତ୍ରୀ ସୁକାନ୍ତୀ ରଥଙ୍କ ସ୍ବାମୀ ରାଜେନ୍ଦ୍ର ରଥ (ବୟସ-୬୦) ସେବାଶ୍ରମରେ ନାବାଳିକା ଛାତ୍ରୀଙ୍କ ପ୍ରଲୋଭିତ କରି ଯୌନ ଶୋଷଣ କରି ଆସୁଥିଲେ। ନାବାଳିକାଙ୍କୁ ଜୟପୁରସ୍ଥିତ ନିଜ ଘରକୁ ନେଇ ଘର ଭିତରେ ଓ ସେବାଶ୍ରମ ପରିସରରେ ଯୌନ ଶୋଷଣ କରିଥିବା ନିଜେ ରାଜେନ୍ଦ୍ର ରଥ ପୋଲିସ ନିକଟରେ ସ୍ବିକାର କରିଛନ୍ତି।ସେବାଶ୍ରମସ୍ଥିତ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସର ହସ୍ତକ୍ଷେପ ପରେ ଉତ୍ତେଜନା ଥଣ୍ଡା ହୋଇଥିଲା। ଅଭିଯୁକ୍ତ ରାଜେନ୍ଦ୍ର ରଥକୁ ପୋଲିସ କୋର୍ଟ ଚାଲାଣକରିଛି। ତଦନ୍ତ ଚାଲୁରହିଛି ଓ ଅଧିକ ଛାନଭିନ୍ ପରେ କେତେ ଦିନରୁ ସେ ଯୌନ ଶୋଷଣରେ ଲିପ୍ତ ରହିଛନ୍ତି ? ସେ ଆଉ କେତେ ଜଣ ନାବାଳିକାଙ୍କୁ ଏହିପରି ଯୌନ ଶୋଷଣ କରିଛନ୍ତି କି ? ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି।ଖୁବଶିଘ୍ର ସମସ୍ତ ପ୍ରଶ୍ନର ସମାଧାନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ପ୍ରକାଶ କରିଛନ୍ତି।