ଆଦିବାସୀ କ୍ରିକେଟ ଟୁର୍ଣ୍ଣାମେଂଟ ରାୟଗଡା କପ-୨୦୧୯ ଉଦଯାପିତ
ରାୟଗଡଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ ) ରାୟଗଡ ସହରର ରେଳବାଇ ପଡିଆ ଠାରେ ଗତ ଡିସେମ୍ବର ୮ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ଆଦିବାସୀ କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ରାୟଗଡ କପ-୨୦୧୯ ରବିବାର ଦିନ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ., ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ, ଜେକେ କାଗଜ କଳର ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ, ଇମ୍ଫା ଲୋକ ସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ, ଜିଲ୍ଳା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝି, ଡଃ.ନିରଂଜନ ବକ୍ସିପାତ୍ର, ଅଶୋକ ପାଢୀ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।
ଛତିଶଗଡ ରାଜ୍ୟର ରାୟପୁର’ର ରିଆଜ ଏକାଡେମୀ ଓ ଓଡିଶାର ଜୟପୁର-୧୧ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବେଟିଂ କରି ୨୦ଓଭରରେ ୮ୱିକେଟ ହରାଇ ୧୫୭ରନ ସଂଗ୍ରହ କରିଥିବା ବେଳେ ଏହି ରନକୁ ପିଛା କରି ରାୟପୁର ଟିମ୍ ୧୯ଓଭରରେ ୧୩୭ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀ ରାଓ ବିଜେତା ଜୟପୁର ଟିମକୁ ନଗଦ ୫୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅପ ଟିମ୍ ରାୟପୁୁର ଟିମକୁ ୩୦ହଜାର ଟଙ୍କା ସହ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଜୟପୁର-୧୧ର ଖେଳାଳୀ ଜି.ଚନ୍ଦ୍ରଶେଖର ରାଜ ମ୍ୟାନ ଅଫ ଦି ସିରିଜ ଓ ଦିଲ୍ଳିପ କୁମାର ପଣ୍ଡାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।
ଆଦିବାସୀ କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଅଲ ଇଣ୍ଡିଆ ଡ୍ୟିୁୟୁଜ ବଲ ନକ ଆଉଟ ଟି-୨୦କ୍ରିକେଟ ଟୁର୍ଣ୍ଣାମେଂଟରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାରଖଣ୍ଡ ଓ ଓଡିଶାର ବିଭିନ୍ନ ଜିଲ୍ଳାରୁ ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ । ଆଦିବାସୀ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ କାଶି ନାଇଡୁ, ସଭାପତି ଅପାଲାସ୍ୱାମୀ କାଡ୍ରକା, ସଂପାଦକ ଚକ୍ରଧର ବିଡିକା, ମ୍ୟାନେଜର ପ୍ରଦୀପ ଦତା, ସଭ୍ୟ ମାଙ୍ଗାରାଜୁ ହୁଇକା, ରାଜେଶ ପାଣିଗ୍ରାହୀ, ଶ୍ରୀନିବାସ ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ଦର୍ଶକ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।