ଡ଼.ପ୍ରିୟଙ୍କା ରେଡିଙ୍କୁ ନ୍ୟାୟ ଦାବୀରେ କ୍ୟାଣ୍ଡେଲ ରାଲି
ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ୦୨/୧୨/୨୦୧୯ ରେ ଗାନ୍ଧୀଛକ ଠାରୁ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଜେ.କେ.ପୁର ର ଅନେକ ବୁଦ୍ଧିଜୀବୀ,ସ୍କୁଲ ଛାତ୍ରଛାତ୍ରୀ ତଥା ସମାଜ ସେବୀ ମାନେ ଏକ କ୍ୟାଣ୍ଡେଲ ରାଲ୍ଲୀର ଆୟୋଜନ କରିଥିଲେ।ଗତ ୨୯ ତାରିଖ ଦିନ ତେଲଙ୍ଗାନା ରାଜ୍ୟର ସ୍ମଶାବାଦରେ ପଶୁ ଡାକ୍ତର ସ୍ୱର୍ଗତ ପ୍ରିୟଙ୍କା ରେଡିଙ୍କ ଉପରେ ହେଇଥିବା ଦାରୁଣ ହତ୍ୟାଚାର ର ପ୍ରତିବାଦରେ ଏହି ରାଲ୍ଲୀ ଅନୁଷ୍ଠିତ ହୋଇଥିଲା।ମାନବତାର ଏହି ଲଜ୍ଜିତ ତଥା ଏଭଳି ହତ୍ୟାଚାରରେ ଜଡ଼ିତ ଥିବା ୪ଜଣ ଅପରାଧୀ ଯେଉଁମାନେ କାମାନ୍ଧ ହୋଇ ଡାକ୍ତର ପ୍ରିୟଙ୍କା ରେଡିଙ୍କୁ ବର୍ବତାର ସହ ବଳତ୍କାର କରି ଜୀବନ୍ତ ଜାଲିଦେଇଥିଲେ,ସେମାନେ ନିଶ୍ଚିତ ରୂପେ ଦଣ୍ଡର ପ୍ରତିସୀମା ଅତିକ୍ରମ କରି କେବଳ ଫାଶୀରେ ଝୁଲିବା ଯୋଗ୍ୟ ବୋଲି ଏହି ମହଲରେ ଚର୍ଚ୍ଚା ହୋଇଥିଲା।ସମାଜରେ ଏହି କୁସଂସ୍କାର ବିରୋଧରେ ସଚେତନତା ତଥା ପ୍ରିୟଙ୍କା ରେଡିଙ୍କ ର ଅମର ଆତ୍ମାର ସଦଗଦି କାମନା କରି ଏହି କ୍ୟାଣ୍ଡେଲ ରାଲ୍ଲୀ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳିତ ହୋଇଥିଲା।ଏଠାରେ କଂଗ୍ରେସର ଶ୍ରୀ.ଜିତେଶ୍ୱର ରାଓ ଯୋଗ ଦେଇଥିଲେ ଓ ଏହାର ପରିଚାଳନା କରିଥିଲେ।