05/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜେକେ ପେପର ମିଲରେ ସିଂଙ୍ଗାନିଆଙ୍କ ୧୩୫ତମ ଜନ୍ମ ବାର୍ଷିକ ଉତ୍ସବ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲା ଜେକେପୁରସ୍ଥିତ ଜେକେପେପର ଲିମିଟେଡର ପ୍ରତିଷ୍ଠାତା ଲାଲ କମଲପତି ସିଂଗାନିଆଙ୍କ ୧୩୫ତମ ଜନ୍ମ ଦିବସ କମ୍ପାନୀ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ଜେକେପେପର ମିଲର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ପବନ କୁମାର ସୁରୀ ସଭାପତିତ୍ୱ କରିଥିଲେ । ଏହି ଅବସରରେ ପେପର ମିଲର ୨୫ବର୍ଷ କାର୍ଯ୍ୟ ପୂରଣ କରିଥିବା ୧୫ କର୍ମଚାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଜେକେପେପର ମିଲ୍‍ର ଲୋକସମ୍ପର୍କ ଅଧିକାରୀ ସୁନିଲ କୁମାର ନାଥ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜେକେପେପର ମିଲ୍‍ ନିର୍ମାଣ ବିଭାଗର ଉପସଭାପତି ବିନୟ ଦ୍ୱିବେଦୀ ଯୋଗ ଦେଇଥିଲେ । ଜେନେରାଲ୍‍ ମ୍ୟାନେଜର (ଏଚ୍‍ଆର୍‍ ଓ ଆଇଆର୍‍) ସନ୍ଦିପ ପାଣ୍ଡେ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆର୍ଥିକ ବିଭାଗର ଉପସଭାପତି ବିଶ୍ୱଜିତ୍‍ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଲ୍‍ପିଏସ୍‍ ବିଦ୍ୟାଳୟ, ସିଂଗାନିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଚାନ୍ଦିଲି ଗ୍ରାମର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍‍.କେ. ସାମନ୍ତରାଏ, କିରଣ ନାୟକ, ଶିବପ୍ରସାଦ ରଥ, ସୁନିଲ ବେଉରିଆ, ରାକେଶ ପାଢ଼ୀ, ଅରୂପ ଗୌଡ଼, କିଶୋର କୁମାର, ଅମିତ ମିଶ୍ର, ରବୀନ୍ଦ୍ର ବିଷୋୟୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *